ଓଡ଼ିଶାଲାଇଭ ବ୍ୟୁରୋ

ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦ୍ଦେଶକ ରୂପେ ଓଡ଼ିଆ ଅଫିସର ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ନିଯୁକ୍ତି ମିଳିଛି। ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ନିଯୁକ୍ତି ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ମହାପାତ୍ର ଏହି ପଦବୀରେ ଆଗାମୀ ୫ବର୍ଷ ଯାଏଁ ରହିବେ।

ଏବେ ସେ ଆଇଏମଡିରେ ଏଡିଜି ସହ ସାଇକ୍ଲୋନ ୱାର୍ଣିଂ ବିଭାଗ ମୁଖ୍ୟ ଭାବେ ଦାୟିତ୍ୱ ନିଭାଉଛନ୍ତି। ଆସନ୍ତା ଅଗଷ୍ଟରେ ସେ ଡିଜି ଭାବେ ଦାୟିତ୍ଵ ଗ୍ରହଣ କରିବେ। ସେ ୧୯୯୨ ମସିହାରେ ପାଣିପାଗ ବିଜ୍ଞାନ କେନ୍ଦ୍ରରେ ଚାକିରିରେ ଯୋଗ ଦେଇଥିଲେ। ତାଙ୍କର ପ୍ରଥମ ଚାକିରି ଥିଲା ଓଡ଼ିଶାରେ।

୨୦୦୨ରେ ତାଙ୍କୁ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର(ଆଇଏମଡି)ଦିଲ୍ଲୀକୁ ସ୍ଥାନାନ୍ତରିତ କାରାଯାଇଥିଲା। ସେ ସାଇକ୍ଲୋନିକ ୱାର୍ଣ୍ଣିଂ ବିଭାଗରେ ମୁଖ୍ୟ ଭାବେ କାମ କରିବାବେଳେ ଫାଇଲିନ୍, ତିତଲି ଓ ଫନି ଭଳି ବାତ୍ୟାର ପୂର୍ବାନୁମାନ ତାଙ୍କର ସତ ହୋଇଥିଲା।

ଯାହାକୁ ନେଇ ସେ ଚର୍ଚ୍ଚାରେ ବି ରହିଛନ୍ତି। ଗତମାସରେ ଆସିଥିବା ଫନିକୁ ନେଇ ତାଙ୍କର ଆକଳନ ଯୋଗୁଁ ଅନେକ ଧନଜୀବନ ରକ୍ଷାପାରିଥିଲା। ଯେଉଁଥିପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟୁଛି।

ମୃତ୍ୟୁଞ୍ଜୟ ମହାପାତ୍ର ଅନେକଙ୍କ ପାଖରେ “ସାଇକ୍ଲୋନ ମ୍ୟାନ୍ ଅଫ୍ ଇଣ୍ଡିଆ” ଭାବେ ପରିଚିତ। ସେ ୨୦୧୩ରେ ଫାଇଲିନ, ୨୦୧୪ରେ ହୁଡ୍ ହୁଡ୍ ,୨୦୧୮ରେ ତିତଲି , ୨୦୧୯ରେ ଫନିର ସଠିକ ଆକଳନ କରି ସେ ବେଶ ଚର୍ଚ୍ଚାରେ ରହିଆସିଛନ୍ତି।

ବାତ୍ୟାର ୫ଦିନ ପୂର୍ବରୁ  ମହାପାତ୍ର ବାତ୍ୟା କେଉଁ ଆଡେ ଯିବ, କେଉଁଠି ଲ୍ୟାଣ୍ଡଫଲ କରିବ, ବାତ୍ୟାର ତୀବ୍ରତା ସହ ଜୁଆରର ଉଚ୍ଚତା ବାବଦରେ ତାଙ୍କର ବିଶେଷ ଦକ୍ଷତା ରହିଛି।

ମୃତ୍ୟୁଞ୍ଜୟ ମହାପାତ୍ର ଭଦ୍ରକର ଚାନ୍ଦବାଲିସ୍ଥିତ ରାଜଗୁରୁପୁର ଅଞ୍ଚଳରେ ଜନ୍ମଗ୍ରହଣ କରିଛନ୍ତି। ସ୍ଥାନୀୟ ଅଞ୍ଚଳରେ ପ୍ରାଥମିକ ଶିକ୍ଷା ଶେଷ କରିବାପରେ ସେ ଭଦ୍ରକ କଲେଜରେ ଫିଜିକ୍ସ ଅନର୍ସ ରଖି ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ଏହାପରେ ସେ ବାଣୀବିହାରରେ ଏମଏସସି କରିଥିଲେ।

ପରେ ଡିଆରଡିଓରେ ଚାକିରି ଆରମ୍ଭ କରିଥିଲେ। ସେଠାରେ ସେ ଦୁଇବର୍ଷ କାମ କରିଥିଲେ। ତାପରେ ପୁଣିଥରେ ସେ ଅଧ୍ୟାପନାକୁ ଫେରିଥିଲେ। ତାପରେ ସେ ୧୯୯୨ରୁ ସେ ଭାରତୀୟ ପାଣିପାଗ ବିଭାଗରେ କାମ କରୁଛନ୍ତି।

Comment