ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କର ଜନ୍ମଦିନ। ଆଜି ୪୭ ବର୍ଷ ବୟସରେ ପାଦ ଦେଇଛନ୍ତିା ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଜେପିର ସମସ୍ତ ନେତା ତାଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତିା ବାବା ଗୋରଖନାଥଙ୍କ ପରମ ଭକ୍ତ ତଥା ଜଣେ ସନ୍ଥ ହୋଇଥିବାରୁ ଯୋଗୀଙ୍କୁ ଗୋରଖନାଥପୀଠ ସହ ଜଡ଼ିତ ଦେଶବ୍ୟାପି ଭକ୍ତ ତାଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତିା

ଜଣେ ସନ୍ଥ ଏବଂ ରାଜନେତା ତଥା ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ସେ ସାରାଦେଶରେ ପରିଚିତ। ମୁଖ୍ୟମନ୍ତ୍ରୀ ହେବା ପରେ ସାରାଦେଶରେ ଯୋଗୀଙ୍କ ପ୍ରଂଶସକଙ୍କ ସଂଖ୍ୟା ବଢ଼ି ଚାଲିଛିା

ଆଜି ତାଙ୍କ  ଜନ୍ମଦିନ ଅବସରରେ ଆମେ ଆପଣଙ୍କୁ କହିବୁ ତାଙ୍କ ଜୀବନର ଯାତ୍ରା ସମ୍ପର୍କିତ କିଛି କଥା। ଯାହା ହୁଏତ ଆପଣ ଜାଣି ନଥିବେ।

ତାଙ୍କ ଜନ୍ମ ଦିନ ଅବସରରେ ଜାଣନ୍ତୁ କେମିତି ସେ ସାଂସାରିକ ମୋହମାୟ ଛାଡ଼ି ସନ୍ନ୍ୟାସୀ ହେଲେ…

ଯୋଗୀଙ୍କ ପ୍ରାରମ୍ଭିକ ଜୀବନ

୧୯୭୨ ଜୁନ ୫ରେ ଉତ୍ତରାଖଣ୍ଡର ପୌଡି ଜିଲ୍ଲାସ୍ଥିତ ଯମକେଶ୍ୱରର ପଞ୍ଚୁର ଗାଁରେ ଜନ୍ମଗ୍ରହଣ କରିଥିଲେ ଯୋଗୀ ଆଦିତ୍ୟନାଥ। ଏହାପରେ ୧୯୭୭ରେ ଟିହରି ଗାଜାସ୍ଥିତ ସ୍ଥାନୀୟ ସ୍କୁଲରେ ପାଠପଢ଼ା ଆରମ୍ଭ କରିଥିଲୋ ଏହି ସ୍କୁଲରେ ଦଶମ ପାସ କରିଥିଲେ ଯୋଗୀ।

କେମିତି ହେଲେ ସନ୍ନ୍ୟାସୀ ସ୍କୁଲ ପଢ଼ା ସରିବା ପରେ ଯୋଗୀ ୧୯୮୯ ୠଷିକେଶର ଭରତ ମନ୍ଦିର କଲେଜରେ ଇଣ୍ଟରମିଡିଏଟ ପାସ୍ କଲେ ଯୋଗୀ। ଗ୍ରାଜୁଏସନ ପଢ଼ିବା ସମୟରେ ସେ ଏବିବିପି ସଂପର୍କରେ ଆସିଥିଲେ।

ଖାସ କଥା ସ୍କୁଲ ଓ କଲେଜ ସାର୍ଟିଫିକେଟରେ ତାଙ୍କ ନାଁ ଅଜୟ ସିଂହ ରହିଥିଲା।

କୋଟଦ୍ୱାରର ଗଢ଼ଓ୍ୱାଲ ୟୁନିଭର୍ସିଟିରେ ଗଣିତରେ ବିଏସସି ପାସ କରିବା ପରେ ଏମଏସସି ପଢ଼ିବା ଭିତରେ ସେ ଗୋରଖନାଥ ଉପରେ ରିସର୍ଚ୍ଚ କରିବା ପାଇଁ ଗୋରଖପୁର ଆସିଲେ। ସେହିଠୁ ହିଁ ସେ ଆଧ୍ୟାତ୍ମିକତା ଆଡ଼କୁ ଆକର୍ଷିତ ହୋଇଥିଲେ। ୧୯୯୪ରେ ସାଂସାରିକ ମୋହମାୟା ଛାଡ଼ି ସନ୍ନ୍ୟାସୀ ହୋଇଗଲେ ଯୋଗୀ। ତା’ପରେ ଅଜୟ ସିଂହରୁ ଯୋଗୀ ଆଦିତ୍ୟନାଥ ହୋଇଗଲେ ସେ।

ରାଜନୈତିକ ଯାତ୍ରା

୧୯୯୮ ରାଜନୀତିରେ ପାଦ ରଖିଲେ ଯୋଗୀ। ସର୍ବପ୍ରଥମେ ସେ ଗୋରଖପୁର ଲୋକସଭା ଆସନରୁ ନିର୍ବାଚନ ଲଢ଼ିଥିଲେ। ନିର୍ବାଚନରେ ଜିତିଥିଲେ ମଧ୍ୟ। ସେତେବେଳେ ତାଙ୍କ ବୟସ ମାତ୍ର ୨୬ ଥିଲା। ୧୯୯୯ ସେ ପୁଣିଥରେ ସେହି ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୨ରେ ଯୋଗୀ ‘ହିନ୍ଦୁ ଯୁବ ବାହିନୀ’ ନାଁରେ ଏକ ସଙ୍ଗଠନ ଗଠନ କରିଥିଲେ।

୨୦୦୪ ଓ ୨୦୦୯ରେ ବି ଲୋକସଭା ନିର୍ବାଚନ ଜିତିଥିଲେ ଯୋଗୀ।  ୨୦୧୪ରେ ପଞ୍ଚମ ଥର ପାଇଁ ୨ଲକ୍ଷରୁ ଅଧିକ ଭୋଟରେ ନିର୍ବାଚନ ଜିତି ଲୋକସଭାରେ ପହଞ୍ଚିଥିଲେ। ୨୦୧୪ ଲୋକସଭା ନିର୍ବାଚନରେ ବିଜେପି ବହୁମତ ହାସଲ କରିଥିଲା। ଏହାପେର ୟୁପିରେ ୧୨ ବିଧାନସଭା ଆସନରେ ଉପନିର୍ବାଚନ ହୋଇଥିଲା।

ଏହି ନିର୍ବାଚନରେ ଯୋଗୀ ଜୋରସୋରରେ ପ୍ରଚାର କରିଥିଲେ। ହେଲେ ଫଳାଫଳ ନିରାଶଜନକ ରହିଥିଲା। ତା’ ପରେ ୨୦୧୭ ବିଧାନସଭା ନିର୍ବାଚନରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପୂରା ରାଜ୍ୟରେ ଯୋଗୀଙ୍କୁ ପ୍ରଚାର କରିବାକୁ କହିଥିଲେ। ପ୍ରଚାର ପାଇଁ ତାଙ୍କୁ ଗୋଟିଏ ହେଲିକଫ୍ଟର ବି ଦିଆଯାଇଥିଲା। ୨୦୧୭ ମାର୍ଚ୍ଚ ୧୯ରେ ଉତ୍ତରପ୍ରଦେଶର ବିଜେପି ବିଧାୟକ ଦଳ ବୈଠକରେ ଯୋଗୀଙ୍କୁ ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରି ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦିଆଗଲା।

୨୦୧୭ ମାର୍ଚ୍ଚ ୨୦ରେ ସେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।

Comment