ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରକାଶ ପାଇଲା ନିଟ ପରୀକ୍ଷା ଫଳ। ୭୦୧ ମାର୍କ ରଖି ରାଜସ୍ଥାନର ନଳୀନ ଖଣ୍ଡେଲଓ୍ୱାଲ ଟପ୍ପର ହୋଇଛନ୍ତି। www.ntaneet.nic.in ରେଜଲ୍ଟ ଉପଲବ୍ଧ।

ରାଜସ୍ଥାନ ଛାତ୍ର ନଳିନ ଖଣ୍ଡେଲଓ୍ୱାଲ ସର୍ବଭାରତୀୟ ଟପ୍ପର ହୋଇଛନ୍ତି। ସେ ୭୨୦ରୁ ୭୦୧ ନମ୍ବର ରଖି ଟପ୍ପର ହୋଇଛନ୍ତି। ନିଟ ପରୀକ୍ଷାରେ ଓଡ଼ିଶାର ଆଶୁତୋଷ ପଣ୍ଡା ୭୩ତମ ସ୍ଥାନ ଅଧିକାର କରି ଓଡ଼ିଶାରୁ ଟପ୍ପର ହୋଇଛନ୍ତି। ୭୨୦ରୁ ୬୮୨ ନମ୍ବର ରଖିଛନ୍ତି ଅଶୁତୋଷ।

ଦିଲ୍ଲୀର ଭାବିକ ବଂଶଲ ଓ ଉତ୍ତର ପ୍ରଦେଶର ଅକ୍ଷତ କୌଶିକ ୨ୟ ସ୍ଥାନ ଅଧିକାର କରିଥିବା ବେଳେ ହରିୟାଣାର ସ୍ୱସ୍ଥିକ୍ ଭାଟ୍ଟିଆ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

ଝିଅଙ୍କ ମଧ୍ୟରେ ତେଲେଙ୍ଗାନାର ମାଧୁରୀ ରେଡ୍ଡୀ ଟପ୍ପର ହୋଇଛନ୍ତି।

ନିଟ୍ ପରୀକ୍ଷାରେ ଶ୍ରେଷ୍ଠ ୧୦୦ ଜଣଙ୍କ ମଧ୍ୟରେ ୨୦ ଜଣ ଛାତ୍ରୀ ଥିବା ସୂଚନା ମିଳିଛି।

Comment