ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ସୁପରଷ୍ଟାର ସଲମାନଙ୍କୁ ବଲିଉଡରେ କାମ କରିବାର ୩୦ ବର୍ଷ ହେଲାଣି। ସେ ଏହି ୩୦ ବର୍ଷ ଭିତରେ ଅନେକ ସୁପରହିଟ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତିା  ଖାସ କଥା ଏହି ଯେ ସଲମାନଙ୍କ ଫିଲ୍ମ ସବୁବେଳେ ଖାସ ଦିନରେ ରିଲିଜ ହୋଇଥାଏ।

ଯେମତିକି ଇଦ ସବୁବେଳେ ସଲମାନଙ୍କ ଫିଲ୍ମ ପାଇଁ ବୁକ୍ ରହିଥାଏା ଚଳିତ ବର୍ଷ ଇଦରେ ସଲମାନଙ୍କ ଫିଲ୍ମ ଭାରତ ରିଲିଜ ହେଉଛିା ପୂର୍ବରୁ ଇଦରେ ସଲମାନଙ୍କ ଯେତେ ବି ଫିଲ୍ମ ରିଲିଜ ହୋଇଛି ସବୁ ଫିଲ୍ମ ହିଟ ହୋଇଛିା

ଜାଣନ୍ତୁ ଇଦରେ ରିଲିଜ ହୋଇଥିବା ସେମିତି କିଛି ଫିଲ୍ମା ଯାହା କୋଟି କୋଟି ଟଙ୍କା ଆୟ କରିବାରେ ସଫଳ ହୋଇଛିା

ଓ୍ୱାଣ୍ଟେଡ

୨୦୦୯ରେ ଇଦରେ ରିଲିଜ ହୋଇଥିଲା ସଲମାନଙ୍କ ଫିଲ୍ମ ଓ୍ୱାଣ୍ଟେଡ। ଏହି ଫିଲ୍ମରେ ସଲୁଙ୍କ ସହ ଆୟଶା ଟକିଆ ଥିଲୋ ୩୬ କୋଟି ବଜେଟରେ ନିର୍ମିତ ଏହି ଫିଲ୍ମ ୧୩୬ କୋଟି ଆୟ କରିବାରେ ସକ୍ଷମ ହୋଇଥିଲା।

ଦବଙ୍ଗ

ଭାଜାନଙ୍କ ଅଭିନୀତ ଫିଲ୍ମ ଦବଙ୍ଗ ପାର୍ଟ ୧, ୨୦୧୦ରେ ରିଲିଜ ହୋଇଥିଲା। ଇଦରେ ରିଲିଜ ହୋଇଥିବା ଏହି ଫିଲ୍ମରେ ସଲମାନଙ୍କ ବିପକ୍ଷରେ ଅଭିନୟ କରିଥିଲେ ସୋନାକ୍ଷୀ ସିହ୍ନା। ଏହି ଫିଲ୍ମର ବଜେଟ ଥିଲା ୪୨ କୋଟି। ବକ୍ସ ଅଫିସରେ ଫିଲ୍ମଟି ପାଖାପାଖି ୧୪୫ କୋଟି ଆୟ କରିଥିଲା।

ବଡିଗାର୍ଡ

ଦବଙ୍ଗ ପରେ ସଲମାନଙ୍କ ଫିଲ୍ମ ବଡିଗାର୍ଡ ରିଲିଜ ହୋଇଥିଲା। ଏହି ଫିଲ୍ମରେ ସଲୁ ଜଣେ ବଡିଗାର୍ଡ ଭାବେ ନଜର ଆସିଥିଲେ। ଏହି ଫିଲ୍ମରେ ତାଙ୍କ ହିରୋଇନ ସାଜିଥିଲେ କରୀନା କପୁର। ୨୦୧୧ରେ ରିଲିଜ ହୋଇଥିବା ଏହି ଫିଲ୍ମ ୬୦ କୋଟି ବ୍ୟୟରେ ନିର୍ମିତ ହୋଇଥିଲା। ପ୍ରାୟ ୧୪୨ କୋଟି ଆୟ କରିଥିଲା।

ଏକ ଥା ଟାଇଗର

୨୦୧୨ରେ ଇଦ ଅବସରରେ ରିଲିଜ ହୋଇଥିଲା ସଲମାନଙ୍କ ଫିଲ୍ମ ‘ଏକ ଥା ଟାଇଗର’। ଫିଲ୍ମରେ ସଲମାନ ଓ କ୍ୟାଟ୍ରିନାଙ୍କ ଯୋଡ଼ିକୁ ଖୁବ୍ ପସନ୍ଦ କରିଯାଇଥିଲା। ଫିଲ୍ମର ବଜେଟ ଥିଲା ୭୫ କୋଟି। ବକ୍ସ ଅଫିସରେ ଆୟ କରିଥିଲା ୧୯୮ କୋଟି।

କିକ୍

୨୦୧୪ରେ ସଲମାନ ଓ ଜ୍ୟାକଲିନଙ୍କ ଅଭିନୀତ ଫିଲ୍ମ କିକ୍ ରିଲିଜ ହୋଇଥିଲା। ଫିଲ୍ମଟି ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା। ଫିଲ୍ମ ନିର୍ମାଣରେ ଖର୍ଚ୍ଚ ହୋଇଥିଲା ୧୦୦ କୋଟି। ଏହା ଆୟ କରିଥିଲା ୨୩୩ କୋଟି।

ବଜରଙ୍ଗୀ ଭାଇଜାନ

୨୦୧୫ରେ ଆସିଲା ସଲମାନଙ୍କ ଫିଲ୍ମ ବଜରଙ୍ଗୀ ଭାଇଜାନ। ଫିଲ୍ମରେ ସଲୁଙ୍କ ଅପୋଜିଟରେ ଥିଲେ କରୀନା। ଫିଲ୍ମର କାହାଣୀ ଏକ ପାକିସ୍ତାନୀ ଝିଅକୁ ନେଇ ଗତିଶୀଳ ହୋଇଥିଲା। ଏହି ସୁପରହିଟ ହୋଇଥିଲା।

ସୁଲତାନ

୨୦୧୬ ଇଦ ଅବସରରେ ଅନୁଷ୍କା ଶର୍ମା ଓ ସଲମାନଙ୍କ ଅଭିନୀତ ଫିଲ୍ମ ସଲତାନ ରିଲିଜ ହୋଇଥିଲା।  ଫିଲ୍ମରେ ସଲମାନଙ୍କୁ ନିଆରା ଅବତାରରେ ଦେଖିବାକୁ ମିଳିଥିଲା। ଫିଲ୍ମ ତିଆରିରେ ୧୪୫ କୋଟି ରିଲିଜ ହୋଇଥିଲା। ହେଲେ ଫିଲ୍ମ ୫୮୯ ଟଙ୍କା ଆୟ କରିଥିଲା।

Comment