ଓଡ଼ିଶାଲାଇଭ ବ୍ୟୁରୋ

ବିଜେପି, ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ଗୁଜୁରାଟରୁ ରାଜ୍ୟସଭାକୁ ପଠାଇପାରେ। ସେହିପରି କେନ୍ଦ୍ର ମନ୍ତ୍ରୀ ରାମବିଳାସ ପାସୱାନଙ୍କୁ ରାଜ୍ୟସଭାକୁ ଆଣିବା ଲାଗି ବିହାରରୁ ଏନଡିଏର ପ୍ରାର୍ଥୀ କରାଯାଇପାରେ। ଜାତୀୟ ଗଣମାଧ୍ୟମରେ ଏହାକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ ଏ ନେଇ କୌଣସି ସ୍ପଷ୍ଟୀକରଣ ବିଜେପି ପକ୍ଷରୁ ମିଳିପାରିନାହିଁ।

ଲୋକସଭାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, କେନ୍ଦ୍ରୀୟ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଓ ସ୍ମୃତି ଇରାନୀ ଏଥର ନିର୍ବାଚନ ଜିତିଥିବାରୁ ଏହି ତିନୋଟି ଆସନରୁ ବିଜେପି ଅନ୍ୟ ତିନିଜଣଙ୍କୁ ପଠାଇପାରିବ। ଅନ୍ୟପଟେ କେନ୍ଦ୍ର ମନ୍ତ୍ରୀ ଭାବେ ଦାୟିତ୍ଵ ନେଇଥିବା ରାମବିଲାଶ ପାସୱାନ ଓ ଏସ ଜୟଶଙ୍କରଙ୍କୁ ୬ ମାସ ମଧ୍ୟରେ ସଂସଦର ଉଭୟ ଗୃହରୁ ଯେ କୌଣସି ଗୋଟିଏ ଗୃହର ସଦସ୍ୟ ଭାବେ ବଛାଯିବାର ଆବଶ୍ୟକତା ଅଛି।

ମନ୍ତ୍ରୀ ହେବାପରେ ଉଭୟଙ୍କୁ ସଂସଦର ଯେ କୌଣସି ଗୃହକୁ ପଠାଇବା ନିଶ୍ଚିତ। ଅନ୍ୟପଟେ ବିହାର ଓ ଗୁଜୁରାଟ ଏହି ଦୁଇଟି ରାଜ୍ୟ ଏଥିପାଇଁ ଆସୁଛି କାରଣ ବିହାରରରେ ଏନଡିଏ ପାଖରେ ପୂର୍ଣ୍ଣ ବହୁମତ ଅଛି, ସେପଟେ ଗୁଜୁରାଟରେ ବିଜେପି ଶାସନରେ ଅଛି।

Comment