ଓଡ଼ିଶାଲାଇଭ ବ୍ୟୁରୋ

ସାରାଦେଶରେ ଇଦ ପାଳନ ହେଉଥିଲା ବେଳେ ଜମ୍ମୁ କାଶ୍ମୀରରେ ଦେଖିବାକୁ ମିଳିଛି ଆତଙ୍କବାଦୀଙ୍କ ବର୍ବରକାଣ୍ଡ। ଜମ୍ମୁ କଶ୍ମୀର ପୁଲଓ୍ୱାମାରେ ଆତଙ୍କବାଦୀ ଜଣେ ମହିଳାଙ୍କୁ ଗୁଳି କରି ହତ୍ୟା କରିଛନ୍ତିା ମହିଳାଙ୍କ ନାଁ ନଗୀନା ବାନୋ ବୋଲି ଜଣା ପଡ଼ିଛି।

ଏହି ଆକ୍ରମଣରେ ଅନ୍ୟ ଜଣେ ନାଗରିକ ମହମ୍ମଦ ସୁଲତାନ ଆହତ ମଧ୍ୟ ହୋଇଛନ୍ତିା ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ଆତଙ୍କବାଦୀ ମହିଳାଙ୍କ ଘର ଭିତରକୁ ପଶିବାକୁ ଚେଷ୍ଟା କରୁଥିଲେ। ମହିଳା ତାଙ୍କୁ ରୋକିବାକୁ ଚେଷ୍ଟା କରିବାରୁ ଆତଙ୍କୀ ତାଙ୍କୁ ଗୁଳି କରିଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।

ସେପଟେ ଶ୍ରୀନଗରରେ ଲୋକେ ସେନାବାହିନୀ ଉପରକୁ ପଥର ମାଡ଼ କରିବା ସହିତ ପାକିସ୍ତାନ ପତାକା ଉଡ଼ାଇ ଥିବା ଦେଖିବାକୁ ମିଳିଛିା

Comment