ଓଡ଼ିଶାଲାଇଭ ବ୍ୟୁରୋ

ଅଭିନେତା ତଥା କମେଡିଆନ ଦିନୟାର କଣ୍ଟ୍ରାକ୍ଟରଙ୍କ ପରଲୋକ ଘଟିଛିା ୭୯ ବର୍ଷ ବୟସରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ବଲିଉଡର ଏହି ବର୍ଷୀୟାନ ନେତା ଦୀର୍ଘ ଦିନରୁ ଅସୁସ୍ଥ ଥିଲେ।

ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛିା ଆଜି ଅପରାହଣ ୩ଟାରେ ମୁମ୍ବାଇର ଓ୍ୱର୍ଲି ପ୍ରେୟର ହଲରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ।

ତାଙ୍କ ମୃତ୍ୟୁରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅଭିନେତା ଦିନୟାର ବଲିଉଡର ଜଣେ ଜଣାଶୁଣା ଅଭିନେତା ଥିଲେ। ଅକ୍ଷୟ କୁମାରଙ୍କ ହିଟ୍ ଫିଲ୍ମ ଖିଲାଡିରେ ତାଙ୍କ ଅଭିନୟକୁ ଦର୍ଶକ ଏବେ ବି ମନେ ରଖିଛନ୍ତି।

ବାଜିଗର, ବାଦଶାହ, ଖିଲାଡି, ୩୬ ଚାଇନା ଟାଉନ ଭଳି ହିଟ ଫିଲ୍ମରେ ତାଙ୍କ ଅଭିନୟ ଦେଖିବାକୁ ମିଳିଥିଲା। ଚଳିତ ବର୍ଷ ରାମନାଥ କୋବିନ୍ଦ ତାଙ୍କ ପଦ୍ମଶ୍ରୀ ପରସ୍କାରରେ ସମ୍ମାନିତ କରିଥିଲେ।

ଜଣେ ଥିଏଟର କଳାକାର ଭାବରେ ନିଜ କ୍ୟାରିୟର ଆରମ୍ଭ କରିଥିବା ଦିନୟାର ମୁଖ୍ୟତଃ ଗୁଜୁରାଟୀ ଓ ହିନ୍ଦୀ ନାଟକରେ ଅଭିନୟ କରୁଥିଲେ |

Comment