ଓଡ଼ିଶାଲାଇଭ ବ୍ୟୁରୋ

ଆଉ କିଛି ଦିନ ପରେ ଆରମ୍ଭ ହେବ ଏବର୍ଷ ଅମରନାଥ ଯାତ୍ରା। ଏହି ଯାତ୍ରା ପାଇଁ  ନୂଆ ସରକାର ପ୍ରସ୍ତୁତି ଆରମ୍ଭ କରିଦେଲେଣି। ଯାତ୍ରାରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଗୃହମନ୍ତ୍ରୀ ଅମିତ ଶାହଙ୍କ ପାଇଁ ଏବର୍ଷ ପ୍ରଥମ ଚାଲେଞ୍ଜ ହେବା

ଅମରନାଥ ଯାତ୍ରା ଜୁଲାଇ ୧ରୁ ଆରମ୍ଭ ହେବା ଏଥିପାଇଁ ଅମରନାଥ ଶ୍ରାଇନ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଛି। ଏ ବର୍ଷ ଅମରନାଥ ଯାତ୍ରା ପାଇଁ ଅନଲାଇନ ରେଜିଷ୍ଟ୍ରେସନ ପ୍ରକିୟା ବି ଆରମ୍ଭ ହୋଇଛିା

ଏ ବର୍ଷ ୧୭ ବର୍ଷରୁ କମ୍ ଓ ୭୫ ବର୍ଷରୁ ଅଧିକ ବୟସର ଲୋକ ରେଜିଷ୍ଟ୍ରେସନ କରିପାରିବେ ନାହିଁ। ଏହି ଯାତ୍ରା ଜୁଲାଇରୁ ଆରମ୍ଭ ହୋଇ ଅଗଷ୍ଟ ୧୫ରେ ଶେଷ ହେବା ଏଥର ଯାତ୍ରା ଅବଧି ୪୬ ଦିନ ରହିଛିା ଗତ ବର୍ଷ ଯାତ୍ରା ଅବଧି ୬୦ ଦିନ ଥିଲା।

ପ୍ରତି ବର୍ଷ ଅମରନାଥ ଯାତ୍ରା ଜମ୍ମୁ କଶ୍ମୀର ସରକାରଙ୍କ ପାଇଁ ଏକ ବଡ଼ ଚାଲେଞ୍ଜ ହୋଇଥାଏ କାରଣ ଶ୍ରଦ୍ଧାଳୁଙ୍କ ସୁରକ୍ଷା ସହିତ ଯାତ୍ରା ପାଇଁ ରାସ୍ତା ତିଆରି କରିବା ଏବଂ ଦେଶ ବିଦେଶରୁ ଆସିଥିବା ଭକ୍ତଙ୍କ ବ୍ୟବସ୍ଥା କରିବାକୁ ପଡ଼ିଥାଏା

Comment