ଓଡ଼ିଶାଲାଇଭ ବ୍ୟୁରୋ

ଆଜିଠୁ୨୦୧୯-୨୦ ଶିକ୍ଷାବର୍ଷ ଲାଗି ପ୍ଲସ-୨ ନାମଲେଖା ପାଇଁ ଆବେଦନ ଆରମ୍ଭ ହେବ। ରାଜ୍ୟରେ ଥିବା ୧୬ଶହରୁ ଅଧିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ,ସେଲ୍ଫ ଫାଇନାସ୍ସିଂ କଲେଜ, ଧନ୍ଦା ମୂଳକ ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ଆବେଦନ ଆରମ୍ଭ ହେବ।

ଚଳିତ ବର୍ଷ ଛାତ୍ରଛାତ୍ରୀ କେବଳ ଅନଲାଇନରେ ହିଁ ଆବେଦନ କରିପାରିବେ। ଗୁରୁବାର ୧୧ଟାରୁ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ଜୁନ୍ ୨୦ ସୁଦ୍ଧା ଛାତ୍ରଛାତ୍ରୀ ଆବେଦନ କରିପାରିବେ।

ଆବେଦନ କରିବା ଲାଗି www.samodisha.gov.in ୱେବସାଇଟରେ ଲଗଇନ୍ କରି ଆବେଦନ କରିପାରିବେ।

ଆବେଦନ କରିଥିବା ଛାତ୍ରଛାତ୍ରୀଙ୍କୁ ୨୧ ତାରିଖ ସୁଦ୍ଧା କ୍ୟାଫର ପ୍ରିଣ୍ଟ କପି ସହ ଆବଶ୍ୟକ କାଗଜପତ୍ର ସାମ୍ସ ରିସୋର୍ସ ସେଣ୍ଟରରେ ଦାଖଲ କରିବାକୁ ପଡ଼ିବ।

ତେବେ ଜୁନ ୨୬ରେ ପ୍ରଥମ ମେରିଟ ଲିଷ୍ଟ, ଜୁଲାଇ ୮ରେ ଦ୍ୱିତୀୟ ମେରିଟ ଲିଷ୍ଟ, ଜୁଲାଇ ୧୬ରୁ ଖାଲିଥିବା ସିଟ୍ ତାଲିକା ୱେବସାଇଟରେ ପ୍ରକାଶ ପାଇବ।

Comment