ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆପଡ଼ା : ଖଡିଆଳ ଅଞ୍ଚଳର ଲାଗି ରହିଥିବା ବିଦ୍ୟୁତ ସମସ୍ୟାକୁ ନେଇ ଆଜି ଖଡିଆଳ ଅଞ୍ଚଳର ଜନସାଧାରଣ ବିଦ୍ୟୁତ ଅଫିସ ଘେରାଉ କରିଥିଲେ। ଏହି ଘେରାଉରେ ନବ ନିର୍ବାଚିତ ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ସାମିଲ ହୋଇଥିଲେ। ଖଡିଆଳ ସହରରେ ହେଉଥିବା ବିଦ୍ୟୁତ ବିଭ୍ରାଟ ପାଇଁ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ।

ସହରରେ ଥିବା ପ୍ରତେକ ସମସ୍ୟାକୁ ପନ୍ଦର ଦିନ ଭିତରେ ସମାଧାନ କରିବେ ବୋଲି ବିଦ୍ୟୁତ ବିଭାଗ ଯନ୍ତ୍ରୀ ପ୍ରତିଶ୍ରୁତି ଦେବା ପରେ ଖଡିଆଳବାସୀ ଘେରାଉରୁ ଓହିରିଥିଲେ।

Comment