ଓଡ଼ିଶାଲାଇଭ୍ ବ୍ୟୁରୋ

ଏହି ମୁହୂର୍ତ୍ତର ଟିକିନିକ୍ ଖବର ପଢ଼ନ୍ତୁ ଏଇଠି 

ରାଜ୍ୟରେ ନିର୍ମାଣ ହେବ ୫ ନୂଆ ରିସର୍ଟ

ରାଜ୍ୟରେ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ କେମିତି ହେବ ସେନେଇ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ୭ଟି ନୂଆ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ସେଥି ମଧ୍ୟରେ ୫ଟି ନୂଆ ରିସର୍ଟ ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଛି।

ପାଟଣାଗଡ଼ ବିଧାୟକଙ୍କ ଦବଙ୍ଗଗିରି – ରାସ୍ତା ଉପରେ ସହକାରୀ ଯନ୍ତ୍ରୀଙ୍କୁ କରାଇଲେ ଉଠବସ୍

ବିଧାୟକ ଭାବେ ନିର୍ବାଚିତ ହେଉ ହେଉ ଦବଙ୍ଗଗିରି ଦେଖାଇଛନ୍ତି ପାଟଣାଗଡ଼ ବିଧାୟକ ସରୋଜ ମେହେର। ରାସ୍ତା ଉପରେ ସମସ୍ତଙ୍କ ଆଗରେ ସହକାରୀ ଯନ୍ତ୍ରୀଙ୍କୁ ଉଠବସ୍ କରିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏନେଇ ବିଧାୟକ ଦୁଃଖ ପ୍ରକାଶ କରିଥିଲେ ମଧ୍ୟ ବିରୋଧୀ ଦଳ ଘଟଣାକୁ ନିନ୍ଦା କରିଛନ୍ତି।

ଶିବସେନା ଉଠାଇଲା ପ୍ରଶ୍ନ – ବିଜେଡିକୁ କାହିଁକି ମିଳିବ ଉପବାଚସ୍ପତି ପଦ?

‘‘ଓଡ଼ିଶାରେ ବିଜେପି ବିରୋଧରେ ନିର୍ବାଚନ ଲଢୁଥିଲା ବିଜେଡି। ଏଣୁ ଉପବାଚସ୍ପତି ପଦ ବିଜେଡିକୁ କେମିତି ମିଳିବ?’’ ଏହି ପ୍ରଶ୍ନ ଉଠାଇଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ।

ଲୋକସଭାରେ ଉପବାଚସ୍ପତି ପଦକୁ ନେଇ ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ନାଁ ଉଠୁଥିବାରୁ ଶିବସେନା ଏହାକୁ ବିରୋଧ କରିଛି। ଉପବାଚସ୍ପତି ପଦ ଆମର ଦାବି ନୁହେଁ ଅଧିକାର ବୋଲି କହିଛି ଶିବସେନା। ଶିବସେନା ଏହି ପ୍ରଶ୍ନ ଉଠାଇବା ପରେ ଉପବାଚସ୍ପତି କିଏ ହେବେ ତାକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି।

ଜୁଲାଇ ୧ରୁ ଅମରନାଥ ଯାତ୍ରା – ଅନଲାଇନରେ ରେଜିଷ୍ଟ୍ରେସନ ଆରମ୍ଭ

ଆଉ କିଛି ଦିନ ପରେ ଆରମ୍ଭ ହେବ ଏବର୍ଷ ଅମରନାଥ ଯାତ୍ରା। ଏହି ଯାତ୍ରା ପାଇଁ  ନୂଆ ସରକାର ପ୍ରସ୍ତୁତି ଆରମ୍ଭ କରିଦେଲେଣି। ଯାତ୍ରାରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଗୃହମନ୍ତ୍ରୀ ଅମିତ ଶାହଙ୍କ ପାଇଁ ଏବର୍ଷ ପ୍ରଥମ ଚାଲେଞ୍ଜ ହେବା

ମାଟ୍ରିକ ପରୀକ୍ଷାରେ ଶୂନ ପ୍ରତିଶତ ରଖିଥିବା ୮୨ ସ୍କୁଲକୁ ନୋଟିସ୍

ଆକ୍ସନ ମୁଡରେ ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳ। ଆଜି ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ ବୋର୍ଡ ଅଫିସ ଗସ୍ତ କରିଥିଲେ। ସେଠାରେ ସେ କହିଛନ୍ତି କି ମାଟ୍ରିକ ପରୀକ୍ଷାରେ ଯେଉଁ ୮୨ ସ୍କୁଲ ଶୂନ ପ୍ରତିଶତ ମାର୍କ ରଖିଛନ୍ତି ସେ ବିଦ୍ୟାଳୟକୁ ନୋଟିସ କରାଯାଇଛି।

ଆଜିଠୁ ଯୁକ୍ତ-୨ ନାମଲେଖା ଲାଗି ଆବେଦନ ଆରମ୍ଭ, ଜୁନ୍ ୨୦ ଶେଷ ତାରିଖ

ଆଜିଠୁ୨୦୧୯-୨୦ ଶିକ୍ଷାବର୍ଷ ଲାଗି ପ୍ଲସ-୨ ନାମଲେଖା ପାଇଁ ଆବେଦନ ଆରମ୍ଭ ହେବ। ରାଜ୍ୟରେ ଥିବା ୧୬ଶହରୁ ଅଧିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସେଲ୍ଫ ଫାଇନାସ୍ସିଂ କଲେଜ, ଧନ୍ଦା ମୂଳକ ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ଆବେଦନ ଆରମ୍ଭ ହେବ।

ଅଧିକ ବଡ଼ ଖବର ପଢ଼ନ୍ତୁ :-

ନିର୍ବାଚନରେ କଂଗ୍ରେସ ନେତାଙ୍କ ପୁଅ-ଝିଅ ସବୁ ଫେଲ

ବିଜେପୁରରୁ କିଏ ହେବ ବିଜେଡି ପ୍ରାର୍ଥୀ? ଚାଲିଛି ଅଙ୍କକଷା

ନିଜ ଉପରେ ବିଶ୍ଵାସ ଥିଲେ ବିନା କୋଚିଂରେ ବି ସଫଳତା ସମ୍ଭବ – ଇପ୍ସିତା ଦାସ (ଯୁକ୍ତ ୨ ଟପ୍ପର)

Comment