ଓଡ଼ିଶାଲାଇଭ ବ୍ୟୁରୋ

ଶିକ୍ଷା ପଦ୍ଧତିରେ କେତକ ପରିବର୍ତ୍ତନର ଆବଶ୍ୟକତା ଅଛି – ଗଣଶିକ୍ଷା ମନ୍ତ୍ରୀ

ଆକ୍ସନ ମୁଡରେ ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳ। ଆଜି ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ ବୋର୍ଡ ଅଫିସ ଗସ୍ତ କରିଥିଲେ। ସେଠାରେ ସେ କହିଛନ୍ତି କି ମାଟ୍ରିକ ପରୀକ୍ଷାରେ ଯେଉଁ ୮୨ ସ୍କୁଲ ଶୂନ ପ୍ରତିଶତ ମାର୍କ ରଖିଛନ୍ତି ସେ ବିଦ୍ୟାଳୟକୁ ନୋଟିସ କରାଯାଇଛି।

କାହିଁକି ଏହିସବୁ ସ୍କୁଲରେ ଏତେ ଖରାପ ରେଜଲ୍ଟ ହେଲା ସେ ନେଇ ନିଜେ ସ୍କୁଲକୁ ପରିଦର୍ଶନ କରିବେ ମନ୍ତ୍ରୀ। ସେ କହିଛନ୍ତି ରେଜଲ୍ଟ ଖରାପ ହେବା ପଛରେ କେଉଁଠି ଅସୁବିଧା ରହିଲା ସେ ନେଇ ଅନୁଧ୍ୟାନ କରାଯିବ। ଏହାସହିତ ଶିକ୍ଷା ପଦ୍ଧତିରେ କେତକ ପରିବର୍ତ୍ତନର ଆବଶ୍ୟକତା ଥିବା ମନ୍ତ୍ରୀ କହିଛନ୍ତି।

ସେ କହିଛନ୍ତି, “ମୁଁ ନିଜେ ଏ ସବୁ ସ୍କୁଲକୁ ପରିଦର୍ଶନ କରିବି। ପରିଦର୍ଶନ ବେଳେ ଆବଶ୍ୟକ ପଦକ୍ଷେପ ନିଆଯିବ। ପରୀକ୍ଷାରେ ସଂସ୍କାର ଆଣିବା ପାଇଁ ତର୍ଜମା ଆରମ୍ଭ ହୋଇଛି। ସରକାରୀ ସ୍କୁଲ ପ୍ରତି ଲୋକଙ୍କ ଆସ୍ଥା କମୁଛି ଏହା ସବୁଠି ବଡ଼ ଚ୍ୟାଲେଞ୍ଚ ହେବ। ପାଠ୍ୟକ୍ରମରେ ସ୍ପୋକନ ଇଂଲିସ୍ ସାମିଲ କରିବାକୁ ଯୋଜନା ଚାଲିଛି।”

Comment