ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ମୋଟ ୯ ହଜାର ୩୩୬ କୋଟି ଟଙ୍କାର କ୍ଷୟକ୍ଷତି।

ବାତ୍ୟା ଫନି କ୍ଷୟକ୍ଷତିର ଚୂଡ଼ାନ୍ତ ରିପୋର୍ଟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ। ଏହି ରିପୋର୍ଟରେ ମୋଟ ୯ ହଜାର ୩୩୬ କୋଟି ଟଙ୍କାର କ୍ଷୟକ୍ଷତି ଆକଳନ କରାଯାଇଛି।

ଏଥିରେ ୬.୬୪୩ କୋଟି ଟଙ୍କାର ସାର୍ବଜନୀନ ସମ୍ପତ୍ତି ନଷ୍ଟ ହୋଇଥିବା ଦର୍ଶାଯାଇଛି।

ସେହିପରି ଫନିରେ ମୋଟ ୬୪ ଜଣ ଲୋକ ପ୍ରାଣ ହରାଇଥିବା ବେଳେ ୧.୬୦ କୋଟି ଲୋକ କ୍ଷତିଗ୍ରସ୍ତ ହୋଇଥିବା ଏଥିରେ ଦର୍ଶାଯାଇଛି। ଫନିରେ ୧୪ଟି ଜିଲ୍ଲାର ୨୦, ୩୬୭ଟି ଗାଁ ପ୍ରଭାବିତ ହୋଇଥିବା ଦର୍ଶାଯାଇଛି।

ସେହିପରି ୫ ଲକ୍ଷ ୫୬ ହଜାର ୭୬୧ଟି ଘର ସମ୍ପୂର୍ଣ୍ଣ ଏବଂ ଆଂଶିକ ନଷ୍ଟ ହୋଇଥିବା ବେଳେ ୧.୮୮ ଲକ୍ଷ ହେକ୍ଟର ଚାଷଜମିର ଫସଲ ନଷ୍ଟ ହୋଇଥିବା ଚୂଡ଼ାନ୍ତ ରିପୋର୍ଟରେ ଉଲ୍ଲେଖ ରହିଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତ ସମୟରେ ଏହି ରିପୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି।

ମେ’ ୩ରେ ବାତ୍ୟା ଫନି ଉପକୂଳ ଓଡ଼ିଶାରେ ତାଣ୍ଡବ ରଚିଥିଲା। ବିଶେଷକରି ପୁରୀ, ଖୋର୍ଦ୍ଧା ଜିଲ୍ଲାରେ ଅଧିକ କ୍ଷୟକ୍ଷତି ହୋଇଥିଲା। ବଡ଼ ବଡ଼ ଗଛ, ବିଦ୍ୟୁତ ଖୁଣ୍ଟ ଉପାଡ଼ି ଦେଇଥିଲା ଫନି।

Comment