ଓଡ଼ିଶାଲାଇଭ ବ୍ୟୁରୋ

ତାତିରୁ ସାମାନ୍ୟା ନିସ୍ତାର ମିଳିଛି। ବୁଧବାର କାଳବୈଶାଖୀ ପ୍ରଭାବରେ ଅଧିକାଂଶ ସହରରେ ତାପମାତ୍ରାରେ ସାମାନ୍ୟ ହ୍ରାସ ଦେଖିବାକୁ ମିଳିଛି। ଅନ୍ୟପଟେ ଗୁରୁବାର ଅନେକ ସ୍ଥାନରେ ଗୁଳୁଗୁଳି ପରିଲକ୍ଷିତ ହେଉଛି।

ବୁଧବାର ଝାରସୁଗୁଡ଼ା ରାଜ୍ୟର ସବୁଠୁ ଅଧିକ ଉତ୍ତପ୍ତ ସହର ହୋଇଥିଲା। ସେଠାରେ ତାମପାତ୍ରା ୪୫ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆସନ୍ତା ୭୨ ଘଣ୍ଟା ପର୍ଯ୍ୟନ୍ତ ତାତି କମ ରହିବାର ସମ୍ଭାବନା ରହିଛି। ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୮ତାରିଖ ଯାଏଁ ଉତ୍ତର, ଉପକୂଳ ଓ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।

ସେପଟେ ପାଣିପାଗ ବିଭାଗ କହିଛି ଯେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ମୌସୁମୀ ବାୟୁ କେରଳ ଛୁଇଁବାର ସମ୍ଭାବନା ରହିଛି।

Comment