ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଏଥର ରଜରେ ପରଦାକୁ ଆସୁଛି ଓଲିଉଡ ଫିଲ୍ମ ‘ସେଲଫିସ ଦିଲ’। ପଞ୍ଚବଟୀ ସିନେ କ୍ରିଏସନ୍ ନିବେଦିତ ଏହି ଫିଲ୍ମଟି ଜୁନ୍ ୧୩ରେ ମୁକ୍ତିଲାଭ କରିବାକୁ ଯାଉଛି। ଫିଲ୍ମରେ ଅଭିନେତା ଶ୍ରେୟାନ ଓ ଅଭିନେତ୍ରୀ ସୂର୍ଯ୍ୟମୟୀଙ୍କ ରୋମାନ୍ସ ଦେଖିବାକୁ ମିଳିବ। ଏହି ଫିଲ୍ମ ମାଧ୍ୟମରେ ଓଲିଉଡରେ ନିଜ ଡେବ୍ୟୁ କରିବାକୁ ଯାଉଛନ୍ତି ଅଭିନେତା ଶ୍ରେୟାନ। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ବସନ୍ତ ସାହୁ। ସୌମିତ୍ରି ପଲାଇ ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି।

ଏହି ଫିଲ୍ମରେ ବିଜୟ ମହାନ୍ତି, ମୁନ୍ନା ଖାଁ, ପପି ସନ୍ତୁକା, କେ.କେ ଆଦି ମୁଖ୍ୟ ଭୂମିକାରେ ନଜର ଆସିବେ।

‘ସେଲଫିସ ଦିଲ’ରେ ଶ୍ରେୟାନଙ୍କ ଡେବ୍ୟୁ ଫିଲ୍ମ ହୋଇଥିବା ବେଳେ ସୂର୍ଯ୍ୟମୟୀ ମହାପାତ୍ର ‘ଭଲପାଏ ତତେ ୧୦୦ରୁ ୧୦୦’ ଓଡ଼ିଆ ସିନେମାରୁ କ୍ୟାରିଅର ଆରମ୍ଭ କରିଛନ୍ତି।

ଶ୍ରେୟାନଙ୍କ ଆକ୍ସନ, ଇମୋସ ଓ ଦମଦାର ଡ୍ରାମା ସାଙ୍ଗକୁ ସୂର୍ଯ୍ୟମୟୀଙ୍କ ଡ୍ୟାନ୍ସ, ଲଭ୍‌ ଓ ରୋମାନ୍ସ ଦର୍ଶକଙ୍କୁ ରଜର ମଜା ଦେଉଛି କି ନାହିଁ ଦେଖିବାକୁ ବାକି ରହିଲା।

Comment