ଓଡ଼ିଶାଲାଇଭ୍ ବ୍ୟୁରୋ

ନିଲାମ ହେବ ଓଡ଼ିଶାରେ ୪୦ଟି ଖଣି। ଖଣି ବିଭାଗର ବରିଷ୍ଠ ଅଧିକାରୀଙ୍କୁ ନେଇ ସଚିବାଳୟରେ ଅନୁଷ୍ଠିତ ସମୀକ୍ଷା ବୈଠକ ପରେ ଏହି ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ।

ମନ୍ତ୍ରୀ କହିଛନ୍ତି ଯେ ୪ଟି ଖଣି ନିଲାମ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ୨ ମାସ ଭିତରେ ରାଜ୍ୟର ୩୬ ଖଣିର ନିଲାମ ହେବ।

ଗତବର୍ଷ ତୁଳନାରେ ଖଣି କ୍ଷେତ୍ରରେ ୭୦.୯୨ ପ୍ରତିଶତ ରାଜସ୍ୱ ବଢ଼ିଛି। ୨୦୧୮-୧୯ରେ ୧୦ ହଜାର ୪୭୯ କୋଟି ରାଜସ୍ୱ ମିଳିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ଓଏମ୍‌ସିର ଉତ୍ପାଦନ ବାର୍ଷିକ ୧୬ ନିୟୁତ ଟନ୍ ରହିଛି। ଆଗାମୀ ଦିନରେ ଓଏମ୍‌ସିର ଉତ୍ପାଦନ ୨୦ ନୟୁତ ଟନ୍ ବୃଦ୍ଧି କରିବାକୁ ଲକ୍ଷ୍ୟ ରହିଛି।

Comment