ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଫିଲ୍ମ ‘ଦ ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର’ରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କ ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ଆହାନା କୁମାର ତାଙ୍କ ଇଛା ବାବଦରେ କହିଛନ୍ତି। ସେ କହିଛନ୍ତି ଆଗକୁ ଯଦି ତାଙ୍କୁ ଏମିତି ଚରିତ୍ରରେ ଅଭିନୟ କରିବା ଲାଗି ସୁଯୋଗ ମିଳେ ସେ କରିବାକୁ ଆଗ୍ରହ ପ୍ରକାଶ କରିବେ।

ସେ କହିଛନ୍ତି ରାଜନୈତିକ ବିଷୟକୁ ଜାଣିବା ସେ ଏମିତି ଫିଲ୍ମ ଆହୁରି କରିବାକୁ ଇଛା ପ୍ରକାଶ କରୁଛନ୍ତି। ଏହି ବର୍ଷ ଆରମ୍ଭରେ ତାଙ୍କର ଫିଲ୍ମ ‘ଦ ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର’ ରଲିଜ୍ ହୋଇଥିଲା। ଏହି ଫିଲ୍ମଟି ଭାରତ ପୂର୍ବତମ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଜିବନୀ ଉପରେ ଆଧାରିତ ଥିଲା।

ଏକ ସାକ୍ଷାତକାରରେ ଯୋଗ ଦେବା ଅବସରରେ ଫିଲ୍ମ ‘ଦ ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର’ ଫିଲ୍ମରେ ତାଙ୍କୁ କଣ ସବୁଠୁ ଭଲ ଲାଗିଲା ପ୍ରଶନର ଉତ୍ତରେ ଆହାନା କୁହନ୍ତି, “ଜଣେ ସମ୍ପୂର୍ଣ୍ଣ ଭିନ୍ନ ମଣିଷ ପରି ଦେଖାଯିବା ଅର୍ଥାତ ସମ୍ପୂର୍ଣ୍ଣ ନୂଆ ଯାହା ବାବଦରେ ମୁଁ କେବେ ପୂର୍ବରୁ କିଛି ଜାଣିବି ନଥିଲି। ଏହି ଫିଲ୍ମ ମୋ ପାଇଁ କୌଣସି ଉପଲବ୍ଧିଠୁ କମ୍ ନୁହଁ।”

Comment