ଓଡ଼ିଶାଲାଇଭ ବ୍ୟୁରୋ

ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଇଦରେ ଛୁଟି ମନାଇବାକୁ ଘରକୁ ଆସିଥିବା ଯବାନଙ୍କୁ ହତ୍ୟା କରିଛନ୍ତି ଆତଙ୍କବାଦୀ। ପୋଲିସର ସୂଚନାନୁସାରେ ଅଜ୍ଞାତ ବନ୍ଧୁକଧାରୀ ଯୁବକ ଅନନ୍ତନାଗ ଜିଲ୍ଲାର ସଦିରା ଗାଁରେ ଯବାନ ମଞ୍ଜୁର ଅହମ୍ମଦ ବେଗଙ୍କ ଘରେ ପସି ତାଙ୍କୁ ହତ୍ୟା କରିଛି।

ଅହମ୍ମଦଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ମାତ୍ରା ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ବେଗ ସୋପିଆନ୍ ଜିଲ୍ଲାରେ କାର୍ଯ୍ୟରତ ଥିଲେ। ସେ ରାଷ୍ଟ୍ରୀୟ ରାଇଫଲର ୩୪ ବାଟାଲିୟନର ଯବାନ ଥିଲେ।

ସେ ୧୨ଦିନ ପାଇଁ ଛୁଟି ମନାଇବାକୁ ଘରକୁ ଆସିଥିଲେ। ତାଙ୍କର ପତ୍ନୀ ଓ ୩ଟି ସନ୍ତାନ ଥିଲେ। ହତ୍ୟାକାରୀକୁ ଖୋଜିବାଲାଗି ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି।

Comment