ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ୪ଟି ନୂଆ ମେଡିକାଲ କଲେଜରେ ଏମ୍‌ବିବିଏସ୍ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ମେଡିକାଲ କାଉନସିଲ୍ ଅଫ୍ ଇଣ୍ଡିଆ ଅନୁମତି ଦେଇଛି। ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ସୂଚନା ଦେଇଛନ୍ତି।

୪ଟି ମେଡିକାଲ କଲେଜରେ ୧୦୦ ସିଟ୍ ପାଇଁ ନାମଲେଖା ହେବ।

ବାଲେଶ୍ୱରସ୍ଥିତ ଫକୀରମୋହନ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଦ୍ୱିତୀୟ ବର୍ଷ ପାଇଁ ନାମଲେଖା ହେବ। ସେହିପରି ବଲାଙ୍ଗିରସ୍ଥିତ ଭୀମଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଦ୍ୱିତୀୟ ବର୍ଷ, ମୟୂରଭଞ୍ଜର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ତୃତୀୟ ବର୍ଷ, କୋରାପୁଟର ସହିଦ ଲକ୍ଷ୍ମଣ ନାଏକ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ତୃତୀୟ ବର୍ଷ ପାଇଁ ଛାତ୍ରଛାତ୍ରୀମାନେ ନାମ ଲେଖାଇ ପାରିବେ।

Comment