ଓଡ଼ିଶାଲାଇଭ ବ୍ୟୁରୋ

ଆଜି ଶିବ ପାର୍ବତୀ ବିବାହ ଉତ୍ସବା ଦେବ ଦମ୍ପତ୍ତିଙ୍କ ବିବାହ ପରଦିନ ପବିତ୍ର ଶୀତଳ ଷଷ୍ଠୀ ଯାତ୍ରା ପାଳନ କରାଯାଏ। ଦେବ ଦେବ ମହାଦେବ ଓ ମା’ ପାର୍ବତୀଙ୍କ ବିବାହ ଉତ୍ସବ ପାଇଁ ଚଳ ଚଞ୍ଚଳ ହୋଇ ଉଠିଛି ସବୁ ଶୈବ ପୀଠ। ଆଜି ରାତିରେ ସମ୍ପୂର୍ଣ୍ଣ ରୀତିନୀତି ଅନୁଯାୟୀ ମା’ ପାର୍ବତୀଙ୍କ ସହ ପ୍ରଭୁ ଶିବଶଙ୍କରଙ୍କ ବିବାହ ହେବ।

ପରମ୍ପରା ଅୁନାଯାୟୀ କିଛି ଭକ୍ତ ମା’ ପାର୍ବତୀଙ୍କ ମା’ ବାପା ହୁଅନ୍ତି ଓ ଆଉ କିଛି ଭକ୍ତ ପ୍ରଭୁ ଶଙ୍କରଙ୍କର ମା’ ବାପା ହୋଇ ଉଭୟଙ୍କର ବିବାହକାର୍ଯ୍ୟ ସମାପନ କରନ୍ତି ।

ସାଧାରଣ ବାହାଘର ପରି ପାରମ୍ପରିକ ରୀତିରେ ପ୍ରଭୁ ଶଙ୍କରଙ୍କୁ ବରଯାତ୍ରୀଙ୍କ ସହିତ ବଡ଼ ଧୂମ୍​ଧାମ୍​ରେ ମା’ ପାର୍ବତୀଙ୍କ ଘରକୁ ନେଇ ବୈଦିକ ରୀତିରେ ବିବାହ କରାଯାଏ।

ମୁଖ୍ୟତଃ ଲୋକନାଥ ମନ୍ଦିର, ସମ୍ପଲପୁର ସହରର ଶିବ ମନ୍ଦିର ଓ ଲିଙ୍ଗରାଜରେ ଏହା ବହୁ ଜାମଜମକରେ ପାଳନ କରାଯାଏ। ଆଜି ମଧ୍ୟ ଏନେଇ ସମ୍ବଲପୁର ସହରରେ ବ୍ୟାପକ ବ୍ୟବସ୍ଥା କରାଯାଇଛିା

Comment