ଓଡ଼ିଶାଲାଇଭ ବ୍ୟୁରୋ

ଶପଥ ନେବା ପରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଓ ଧର୍ମେନ୍ଦ୍ର ପ୍ରଧାନ ପୁରୀ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି। ସେଠାରେ ଦଳୀୟ ନେତା କର୍ମୀଙ୍କ ତରଫରୁ ପ୍ରଥମେ ଭବ୍ୟ ସ୍ଵାଗତ କରାଯାଇଛି। ପରେ ସମସ୍ତେ ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ।

ଶପଥ ନେବା ପରେ ଉଭୟ ମନ୍ତ୍ରୀ ଓଡ଼ିଶା ଫେରିଛନ୍ତି। ଫେରିବା ପରେ ବିମାନ ବନ୍ଦରରେ ଦଳୀୟ ନେତା ଓ କର୍ମୀ ତଥା ବିଜେପି ରାଜ୍ୟ କାର୍ଯ୍ୟାଳୟ ତରଫରୁ ସେମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।

ସେପଟେ ଶନିବାର ବିଜେପି, ପ୍ରଦର୍ଶନୀ ପଡ଼ିଆରେ ୨ କେନ୍ଦ୍ରମନ୍ତ୍ରୀଙ୍କ ସମେତ ନିର୍ବାଚିତ ସମସ୍ତ ବିଧାୟକ ଓ ସାଂସଦଙ୍କୁ ସ୍ଵାଗତ କରାଯିବା ଲାଗି ଏକ ସଭାର ଆଯୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେପିର ବହୁ ବରିଷ୍ଠ ନେତା ଉପସ୍ଥିତ ରହିବେ।

Comment