ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଓଡ଼ିଶାରେ କାହିଁକି କଂଗ୍ରେସ ମାରିଲା ଫେଲ୍‌। କାରଣ ଖୋଜିବ “ଫ୍ୟାକ୍ଟ ଫାଇଣ୍ଡିଂ କମିଟି।”

୨୦୧୯ ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ବହୁମତ ପାଇଁ ବିଜେଡି ଓଡ଼ିଶାରେ ପଞ୍ଚମ ଥର ପାଇଁ ସରକାର ଗଢିଛି। ବିଜେଡିକୁ ଟକ୍କର ଦେବ କହୁଥିବା ବିଜେପି ମଧ୍ୟ ନିର୍ବାଚନରେ ଧୂଳିସାତ ହୋଇଛି। ଏଥିସହିତ ଓଡ଼ିଶାରେ କଂଗ୍ରେସର ଚିହ୍ନବର୍ଣ୍ଣ ରହିନି। ନିର୍ବାଚନ ସରିବା ପରେ ଏବେ ଆତ୍ମ ସମୀକ୍ଷାର ବେଳ। ତେବେ ଓଡ଼ିଶାରେ କଂଗ୍ରେସ କାହିଁକି ବଡ଼ ପରାଜୟ ହେଲା ସେନେଇ ବର୍ତ୍ତମାନ କାରଣ ଖୋଜାଚାଲିଛି।

ପରାଜୟର କାରଣ ଖୋଜିବା ପାଇଁ ଶନିବାର ବରିଷ୍ଠ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ରାଜ୍ୟ କଂଗ୍ରେସ ଭବନରେ ବସିଥିଲା ଏକ ସମୀକ୍ଷା ବୈଠକ। ଏହି ବୈଠକରେ ଚଳିତବର୍ଷ ନିର୍ବାଚନରେ କଂଗ୍ରେସ କାହିଁକି ପରାଜୟବରଣ କରିଛି ସେନେଇ ପୋଷ୍ଟମଟମ କରାଯାଇଛି। ତେବେ ଏହାର କାରଣ ଖୋଜିବା ପାଇଁ ଏକ କମିଟି ଗଠନ କରାଯାଇଛି, ଯାହାର ନାଁ ରହିଛି “ଫ୍ୟାକ୍ଟ ଫାଇଣ୍ଡିଂ କମିଟି।”

୨୧ ଜଣିଆ ସଦସ୍ୟ ବିଶିଷ୍ଟ ଏହି ଫ୍ୟାକ୍ଟ ଫାଇଣ୍ଡିଂ କମିଟି ରାଜ୍ୟର ବିଭିନ୍ନ ନିର୍ବାଚନମଣ୍ଡଳି ବୁଲି ଲୋକମାନଙ୍କ ପାଖକୁ ଯାଇ ପଚାରି ବୁଝିବ। ଏହାକୁ ନେଇ ଚଳିତ ନିର୍ବାଚନରେ କଂଗ୍ରେସର କାହିଁକି ହାରିଲା ତାର କାରଣ ଖୋଜିବାର ଲକ୍ଷ ରଖିଛି ରାଜ୍ୟ କଂଗ୍ରେସ। ତେବେ ଏହି କମିଟି ଜୁନ୍‌ ମାସ ଶେଷ ସୁଦ୍ଧା ରିପୋର୍ଟ ଦାଖଲ କରିବ ବୋଲି ବୈଠକରେ ଆଲୋଚନା ହୋଇଛି।

୨୦୧୯ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ବଡ଼ ପରାଜୟ ହୋଇଛି। ୧୪୭ ଟି ବିଧାନସଭା ଆସନରୁ କଂଗ୍ରେସ ମାତ୍ର ୯ଟି ଅକ୍ତିଆର କରିବାରେ ସକ୍ଷମ ହୋଇଛି। ଅନ୍ୟପକ୍ଷରେ ୨୧ଟି ଲୋକସଭା ଆସନରୁ କଂଗ୍ରେସକୁ ମିଳିଛି ମାତ୍ର ଗୋଟିଏ। ତେବେ ଓଡ଼ିଶାରେ କାହିଁକି କଂଗ୍ରେସ ପରାସ୍ତ ହେଉଛି। ବର୍ତ୍ତମାନ ଏହାର କାରଣ ଖୋଜିବ “ଫ୍ୟାକ୍ଟ ଫାଇଣ୍ଡିଂ କମିଟି।”

Comment