ଓଡ଼ିଶାଲାଇଭ୍ ବ୍ୟୁରୋ

୬ ଦିନ ହେବ ମିଳୁନି ଏଏନ୍-୩୨ ବିମାନର ପତ୍ତା। ଏହି ବିମାନରେ ଜଣେ ଓଡ଼ିଆ ଅଫିସର ସୁନିତ ମହାନ୍ତି ନଖୋଜ ଅଛନ୍ତି। ସେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବଲିଆପୋଲର ବାସିନ୍ଦା। ସୁନିତ ମହାନ୍ତିଙ୍କ ସମେତ ଆଉ ୧୨ ଜଣ ଏଏନ୍-୩୨ ବିମାନରେ ଥିଲେ। ହେଲେ ୬ ଦିନ ପରେ ବି ବିମାନର ଏବଂ ସେଥିରେ ଥିବା ଯାତ୍ରୀଙ୍କ ପତ୍ତା ମିଳୁ ନ ଥିବାରୁ ସୁନିତଙ୍କ ପରିବାର ଏବେ ବି ଆଶା ଓ ଆଶଙ୍କାରେ ଅଛନ୍ତି। ସୁନିତ ଯେପରି ଭଲରେ ମିଳି ଯାଆନ୍ତୁ, ତାଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି ସେମାନଙ୍କ ପରିବାର ଲୋକ ଏବଂ ଗାଁ ବାସିନ୍ଦା।

ସେପଟେ ବିମାନ ଏଏନ୍-୩୨ର ସନ୍ଧାନ ଜାରି ରହିଛି। ଉଭୟ ସ୍ଥଳ ସେନା ଏବଂ ବାୟୁସେନା ସନ୍ଧାନ ଜାରି ରଖିଛନ୍ତି।

ଜୁନ୍ ୩, ସୋମବାର ଆସାମର ଜୋରହାଟ ବିମାନବନ୍ଦରରୁ ମଧ୍ୟାହ୍ନ ୧୨ଟା ୨୫ ମିନିଟରେ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ବିମାନଟି ନିଖୋଜ ହୋଇଯାଇଥିଲା। ଏଥିରେ ୧୩ ଜଣ ଲୋକ ଥିଲେ। ସେଥିମଧ୍ୟରୁ ୮ ଜଣ କ୍ର୍ୟୁ ମେମ୍ବର ଥିବା ବେଳେ ୫ ଜଣ ଯାତ୍ରୀ ଥିଲେ। ସେନାବାହିନୀରେ ପରିବହନ ସେବା ଯୋଗାଉଥିବା ଏହି ବିମାନ ଅରୁଣାଚଳ ପ୍ରଦେଶର ମେଚୁକାକୁ ଯାତ୍ରା କରିବାର ଥିଲା।

ଜୋରହାଟ ଏବଂ ମେଚୁକା ମଧ୍ୟରେ ଯାତ୍ରା କରିବା ଲାଗି ୫୦ ମିନିଟ ସମୟ ଲାଗିଥାଏା କିନ୍ତୁ ଏହି ବିମାନ ସହିତ ଦିନ ୧ଟାରେ ଶେଷଥର ପାଇଁ ଯୋଗାଯୋଗ ହୋଇଥିଲା।

Comment