ଓଡ଼ିଶାଲାଇଭ୍ ବ୍ୟୁରୋ

ଏଥର ରଜରେ ଭିଜିବ ଓଡ଼ିଶା। ରଜ ମଉଜ ସାଙ୍ଗକୁ ବର୍ଷାର ମଜା ଉଠାଇ ପାରିବେ। ୭ ଦିନ ଭିତରେ ବା ଜୁନ୍ ମାସ ତୃତୀୟ ସପ୍ତାହରେ ମୌସୁମୀ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି। ପାଗ ଅନୁକୂଳ ରହିଲେ ସପ୍ତାହ ଭିତରେ ସାରା ଓଡ଼ିଶା ଭିଜିବ ମୌସୁମୀର ଆଗମନରେ।

ଜୁନ୍ ୧୩ ତାରିଖରୁ ଦକ୍ଷିଣ ଓଡ଼ିଶାରେ ପ୍ରାକ୍ ମୌସୁମୀ ବର୍ଷା ହେବାର ସମ୍ଭାବନା ରହିଛି। ଆଉ ୨ ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ପାଗ ମେଘୁଆ ରହିବ। ଏହାର ୨ ଦିନ ପରେ ତାପମାତ୍ରା ସାମାନ୍ୟ ବଢ଼ିବା ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଏପଟେ ଆଜି କେରଳ ଛୁଇଁଛି ମୌସୁମୀ। ଏହାପରେ କିଛି ସ୍ଥାନରେ ବର୍ଷା ହେବା ସହ ପାଗ କୋହଲା ରହିଛି।

Comment