ଓଡ଼ିଶାଲାଇଭ ବ୍ୟୁରୋ

ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର।

କିଏ ହେବେ ପିସିସି ସଭାପତି? କଂଗ୍ରେସରେ ବିଶ୍ୱରଞ୍ଜନଙ୍କୁ ନେଇ ଚର୍ଚ୍ଚା

୨୦୧୯ ନିର୍ବାଚନରେ କଂଗ୍ରେସ ଓଡ଼ିଶାରେ ଶୋଚନୀୟ ଭାବେ ପରାଜିତ ହୋଇଛି। ଗତ ୧୯ ବର୍ଷ ହେଲା ଓଡ଼ିଶାର ଦୁଇ ନମ୍ବର ସ୍ଥାନରେ ରହି ଆସୁଥିବା କଂଗ୍ରେସ ଏଥର ତିନି ନମ୍ବରକୁ ଖସି ଆସିଛି। ଫଳରେ ପିସିସି ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକ ଇସ୍ତଫା ଦେଇଛନ୍ତି।

କୋରାପୁଟରୁ ୪ କୁଇଣ୍ଟାଲ ଗଞ୍ଜେଇ ଜବତ, ୧୫ ଗିରଫ

କୋରାପୁଟ ଜିଲ୍ଲା ଜୟପୁରରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ପୋଲିସ ଚଢ଼ାଉ କରିଛି। ପୋଲିସ ୪ ଟି ସ୍ଥାନରେ ଛଢ଼ାଉ କରିବା ସହ ୧୫ ଜଣଙ୍କୁ ଗିରଫ କରିଛି। ମୋଟ୍ ୧ ହଜାର ୫୦ କେଜି ବା ୧୦ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି ପୋଲିସ। ଏହି ଗଞ୍ଜେଇର ମୂଲ୍ୟ ପାଖାପାଖି ୩ କୋଟି ହେବ ବୋଲି ଅନୁମାନ କରାଯାଉଛି।

ଏଥର ରଜରେ ଭିଜିବ ଓଡ଼ିଶା

ଏଥର ରଜରେ ଭିଜିବ ଓଡ଼ିଶା। ରଜ ମଉଜ ସାଙ୍ଗକୁ ବର୍ଷାର ମଜା ଉଠାଇ ପାରିବେ। ୭ ଦିନ ଭିତରେ ବା ଜୁନ୍ ମାସ ତୃତୀୟ ସପ୍ତାହରେ ମୌସୁମୀ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି। ପାଗ ଅନୁକୂଳ ରହିଲେ ସପ୍ତାହ ଭିତରେ ସାରା ଓଡ଼ିଶା ଭିଜିବ ମୌସୁମୀର ଆଗମନରେ।

ଟସ୍‌ ଜିତି ଇଂଲଣ୍ଡକୁ ବ୍ୟାଟିଂ ଆମନ୍ତ୍ରଣ କଲା ବାଂଲାଦେଶ

ବିଶ୍ୱକପ୍‌ରେ ଆଜି ଘରୋଇ ଟିମ୍‌ ଇଂଲଣ୍ଡକୁ ଭେଟିଛି ବାଂଲାଦେଶ। ୱେଲ୍‌ସର ରାଜଧାନୀ କାଡ୍ରିଫ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଟସ୍‌ ଜିତି ବାଂଲାଦେଶ ପ୍ରଥମେ ବୋଲିଂ ପାଇଁ  ନିଷ୍ପତ୍ତି ନେଇଛି। ତେବେ ଅୟୋଜକ ଇଂଲଣ୍ଡ ପ୍ରଥମେ ପଡ଼ିଆକୁ ଓହ୍ଲାଇ ଜବରଦସ୍ତ ବ୍ୟାଟିଂ ପ୍ରଦର୍ଶନ କରୁଛି।

ଚଳିତବର୍ଷ ରାଜଭବନରେ ପାଳନ ହେବ ନାହିଁ ‘ଆଟ୍ ହୋମ୍’ ପାର୍ଟି

ଚଳିତ ବର୍ଷ ରାଜଭବନରେ ପାଳନ ହେବ ନାହିଁ ‘ଆଟ୍ ହୋମ୍’ ପାର୍ଟି। ବାତ୍ୟା ଫନିରେ ହୋଇଥିବା କ୍ଷୟକ୍ଷତିରେ ଦୁଃଖ ପ୍ରକାଶ କରି, ଫନି ପ୍ରଭାବିତ ଲୋକଙ୍କୁ ସମବେଦନା ଜଣାଇ ‘ଆଟ୍ ହୋମ୍’ ପାର୍ଟି ଆୟୋଜନ ନ କରିବାକୁ ରାଜ୍ୟପାଳ ଗଣେଶୀ ଲାଲ ନିଷ୍ପତ୍ତି ନେଇଛନ୍ତି। ଏନେଇ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ମିଳିଛି।

ଶ୍ରୀଜୀଉଙ୍କୁ ଦର୍ଶନ କଲେ ୨ ଓଡ଼ିଆ କେନ୍ଦ୍ରମନ୍ତ୍ରୀ

ଶପଥ ନେବା ପରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଓ ଧର୍ମେନ୍ଦ୍ର ପ୍ରଧାନ ପୁରୀ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି। ସେଠାରେ ଦଳୀୟ ନେତା କର୍ମୀଙ୍କ ତରଫରୁ ପ୍ରଥମେ ଭବ୍ୟ ସ୍ଵାଗତ କରାଯାଇଛି। ପରେ ସମସ୍ତେ ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ।

ଜୁନ୍ ତୃତୀୟ ସପ୍ତାହରେ ଓଡ଼ିଶା ଛୁଇଁବ ମୌସୁମୀ

କେରଳ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। କେରଳରେ କିଛି ସ୍ଥାନରେ ବର୍ଷା ଆରମ୍ଭ ହେବା ସହ ପାଗ କୋହଲା ରହିଛି। ୭ ଦିନ ଭିତରେ ମୌସୁମୀ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ପାଗ ଅନୁକୂଳ ରହିଲେ ସପ୍ତାହ ଭିତରେ ଓଡ଼ିଶା ଛୁଇଁବ ମୌସୁମୀ।

ପୁଅର ଫେରିବା ବାଟକୁ ଚାହିଁ ବସିଛନ୍ତି AN-32 ବିମାନରେ ନିଖୋଜ ଥିବା ଓଡ଼ିଆ ଅଫିସରଙ୍କ ପରିବାର

୬ ଦିନ ହେବ ମିଳୁନି ଏଏନ୍-୩୨ ବିମାନର ପତ୍ତା। ଏହି ବିମାନରେ ଜଣେ ଓଡ଼ିଆ ଅଫିସର ସୁନିତ ମହାନ୍ତି ନଖୋଜ ଅଛନ୍ତି। ସେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବଲିଆପୋଲର ବାସିନ୍ଦା। ସୁନିତ ମହାନ୍ତିଙ୍କ ସମେତ ଆଉ ୧୨ ଜଣ ଏଏନ୍-୩୨ ବିମାନରେ ଥିଲେ। ହେଲେ ୬ ଦିନ ପରେ ବି ବିମାନର ଏବଂ ସେଥିରେ ଥିବା ଯାତ୍ରୀଙ୍କ ପତ୍ତା ମିଳୁ ନ ଥିବାରୁ ସୁନିତଙ୍କ ପରିବାର ଏବେ ବି ଆଶା ଓ ଆଶଙ୍କାରେ ଅଛନ୍ତି।

କେରଳ ଛୁଇଁଲା ମୌସୁମୀ : ଜୁନ୍ ତୃତୀୟ ସପ୍ତାହ ସୁଦ୍ଧା ଓଡ଼ିଶା ଛୁଇଁବା ସମ୍ଭାବନା

କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଭାରତୀୟ ପାଣିପାଗ ବିଭାଗର ପୂର୍ବନୁମାନ ଅନୁସାରେ ମୌସୁମୀ ବାୟୁ କେରଳ ଛୁଇଁଛି।

ମୋଦିଙ୍କୁ ଚିଠି ଲେଖିଲେ ପାକ୍ ପ୍ରଧାନମନ୍ତ୍ରୀ, ଆଲୋଚନା ପାଇଁ କଲେ ନିବେଦନ

ଭାରତ ସହ କଥାବାର୍ତ୍ତା ପାଇଁ ଆଗ୍ରହ ଦେଖାଇଛି ପାକିସ୍ତାନ। ଏଥିପାଇଁ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଚିଠି ଲେଖିଛନ୍ତିାAN_32 AIR

୬ ଦିନ ପରେ ବି ମିଳୁନି ଏଏନ୍-୩୨ ବିମାନର ପତ୍ତା, ଖରାପ ପାଗ ସତ୍ତ୍ୱେ ସନ୍ଧାନ ଜାରି

ବେ ବି ନିଖୋଜ ଅଛି ଏଏନ୍-୩୨ ବିମାନ। ଛଅ ଦିନ ପରେ ବି ମିଳୁନି ପତ୍ତା। ଖରାପ ପାଗ ସତ୍ତ୍ୱେ ବିମାନଟିର ସନ୍ଧାନ ଜାରି ରହିଛି। ବାୟୁ ସେନାର ପ୍ରବକ୍ତା ଓ୍ୱିଙ୍ଗ୍ କମାଣ୍ଡର ରତ୍ନାକର ସିଂହ କହିବା କଥା ଯେ, ଖରାପ ପାଗ ସତ୍ତ୍ୱେ ବାୟୁ ସେନା, ସ୍ଥଳ ସେନା ଏବଂ ସ୍ଥାନୀୟ ପ୍ରଶାସନର ସନ୍ଧାନ ଜାରି ରହିଛି।

ଯୋଗ ଦିବସ ଲାଗି ମୋଦିଙ୍କ ପ୍ରସ୍ତୁତି ଜୋର, ସେୟାର କଲେ ଯୋଗାସନର ଥ୍ରୀଡି ଭିଡିଓ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏଥିପାଇଁ ସେ ଲଗାତର ଯୋଗକୁ ନେଇ କିଛି ଭିଡିଓ ବି ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ବସ୍ତିର ସୁନା ଝିଅ : ଯୁକ୍ତ-୨ ବିଜ୍ଞାନ ଦ୍ଵିତୀୟ ଟପ୍ପରଙ୍କ ସଂଘର୍ଷ ଓ ସଫଳତାର କାହାଣୀ

ସମସ୍ତଙ୍କର ଶୁଭ ହେବ ସମସ୍ତଙ୍କ ଭଲ ହେବ ଭାବି ବାପା ମା ନାଁ ଦେଇଥିଲେ ଶୁଭଶ୍ରୀ। ସେ କେବଳ ନିଜ ବାପା ମାଙ୍କ ଲାଗି ନୁହଁ ବରଂ ନିଜ ବସ୍ତି, ପରିବାର ଲାଗି ଏବେ ପ୍ରେରଣା ଓ ଖୁସି ଆଣିଦେଇଛନ୍ତି।

ସରିଲା ଶିବ ପାର୍ବତୀଙ୍କ ବିବାହ ଉତ୍ସବ, ଆଜି ଯୁଗଳ ଦର୍ଶନ

ରାହୁଲଙ୍କ ସ୍ଥାନରେ ନିଯୁକ୍ତ ହେବେ ଦୁଇ କାର୍ଯ୍ୟକାରୀ ସଭାପତି 

Comment