ଓଡ଼ିଶାଲାଇଭ ବ୍ୟୁରୋ

ପୁଲଓ୍ୱାମା ଘଟଣା ପରଠୁ ଭାରତ ଓ ପାକିସ୍ତାନ ଭିତରେ ସମ୍ପର୍କ ତିକ୍ତ ହେବାରେ ଲାଗିଛି। ଏବେ ଏହି ସମ୍ପର୍କକୁ ସୁଧାରିବା ପାଇଁ ଚେଷ୍ଟା କରୁଛି ପାକିସ୍ତାନ। ଭାରତ ସହ କଥାବାର୍ତ୍ତା ପାଇଁ ଆଗ୍ରହ ଦେଖାଇଛି ପାକିସ୍ତାନ।

ଏଥିପାଇଁ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଚିଠି ଲେଖିଛନ୍ତିା

ଦୁଇ ଦେଶ ମଧ୍ୟରେ ଆଲୋଚନା କରି ସମ୍ପର୍କରେ ସୁଧାର ଆଣିବା ପାଇଁ ଏବଂ ଶାନ୍ତି ପାଇଁ କାମ କରିବାକୁ ସେ ଚିଠିରେ ଲେଖିଛନ୍ତି।

ଆସନ୍ତା ଜୁନ୍ ୧୩/ ୧୪ରେ ସାଂଘାଇ ସହଯୋଗ ସଂଗଠନ ବୈଠକ ହେବାକୁ ଯାଉଛି । ଏହି ବୈଠକରେ ସମସ୍ତ ଏସୀୟ ରାଷ୍ଟ୍ର ଅଂଶଗ୍ରହଣ କରୁଥିଲେ ମଧ୍ୟ ଭାରତର ପାକିସ୍ତାନ ସହିତ କୌଣସି ଆଲୋଚନା ହେବ ନାହିଁ ବୋଲି ବୈଦେଶିକ ବିଭାଗ ଗତ ଗୁରୁବାର ସ୍ପଷ୍ଟ କରିଥିଲା। ବୈଦେଶିକ ବିଭାଗର ଏପରି ନିଷ୍ପତ୍ତି ପରେ ପାକିସ୍ତାନରୁ ଚିଠି ଆସିଛି।

ସେହିପରି ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ମଧ୍ୟ ପାକିସ୍ତାନକୁ ନିମନ୍ତ୍ରଣ କରାଯାଇ ନଥିଲା। ଏବେ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ ବୈଠକରେ ପାକ୍ ସହ ଆଲୋଚନା କରିବାକୁ ଭାରତ ମନା କରିଛି। ଏହି ସବୁ ଘଟଣା ପରେ ଭାରତ ସହ ସମ୍ପର୍କ ସୁଧାରିବା ପାଇଁ ଉଦ୍ୟମ ଜାରି ରଖିଛି ପାକିସ୍ତାନ।

Comment