ଓଡ଼ିଶାଲାଇଭ୍ ବ୍ୟୁରୋ

କୋରାପୁଟ ଜିଲ୍ଲା ଜୟପୁରରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ପୋଲିସ ଚଢ଼ାଉ କରିଛି। ପୋଲିସ ୪ ଟି ସ୍ଥାନରେ ଛଢ଼ାଉ କରିବା ସହ ୧୫ ଜଣଙ୍କୁ ଗିରଫ କରିଛି। ମୋଟ୍ ୧ ହଜାର ୫୦ କେଜି ବା ୧୦ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି ପୋଲିସ। ଏହି ଗଞ୍ଜେଇର ମୂଲ୍ୟ ପାଖାପାଖି ୩ କୋଟି ହେବ ବୋଲି ଅନୁମାନ କରାଯାଉଛି।

କୋରାପୁଟ ଜିଲ୍ଲାର ଜୟପୁର ସଦର ଥାନା ଅନ୍ତର୍ଗତ ଡିମିଳା ଛକଠାରେ ଏବଂ ଦୈନିକ ବଜାର ନିକଟରେ ଟାଉନ୍ ପୋଲିସ୍ ଚଢ଼ାଉ କରିଛି। ସେହିପରି ନନ୍ଦପୁର ପୋଲିସ୍ ହାଟପଦାଠାରେ ଚଢ଼ାଉ କରିଥିବା ବେଳେ ମାଛକୁଣ୍ଡ ପୋଲିସ ଜୟପୁର ବସଷ୍ଟାଣ୍ଡ ନିକଟରେ ଚଢ଼ାଉ କରିଥିଲା।

ଏହି ଚଢ଼ାଉରେ ପୋଲିସ ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମ ବଙ୍ଗ, ଆନ୍ଧ୍ର ପ୍ରଦେଶ, ହିରୟାଣାର ଚାଲାଣ କାରୀଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ପୋଲିସ ୪ଟି ଗାଡ଼ି, ୧୪ଟି ମୋବାଇଲ, ୫ ହଜାର ୬ ଶହ ଟଙ୍କା ଜବତ କରିଛି।

Comment