ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡର କିଛି ଅଭିନେତ୍ରୀ ପରଦାରେ ବେଶ ସୁନ୍ଦର ଦେଖାଯାଆନ୍ତି। ମେକଅପ ପରେ ତାଙ୍କ ସୁନ୍ଦରତା ଆହୁରି ବଢ଼ିଯାଏ। ହେଲେ ଆପଣ ଜାଣିଛନ୍ତି କି ବଲିଉଡରେ ଏମିତିବି ବି କିଛି ଅଭିନେତ୍ରୀ ଅଛନ୍ତି ଯିଏ ବିନା ମେକଅପରେ ବି ପରଦାରେ ନଜର ଆସିଛନ୍ତିା ସବୁଠୁ ଖାସ୍ କଥା ବିନା ମେକଅପରେ ବି ସେମାନଙ୍କ ଫିଲ୍ମ ହିଟ ହୋଇଛି।

ଆମେ ଆପଣଙ୍କୁ ଆଜି କହିବୁ ସେମିତି କିଛି ହିରୋଇନଙ୍କ ବିଷୟରେ ଯିଏ ବିନା ମେକଅପରେ ଫିଲ୍ମରେ କାମ କରିଛନ୍ତିା

ଆଲିୟା ଭଟ୍ଟ

ବଲିଉଡ ଅଭିନେତ୍ରୀ ଆଲିୟା ଭଟ୍ଟ ‘ଉଡତା ପଞ୍ଜାବ’, ‘ରାଜି’, ‘ହାଇଓ୍ୱେ’ ଭଳି ଫିଲ୍ମରେ ବିନା ମେକଅପରେ କାମ କରିଛନ୍ତିା ଏହି ତିନି ଫିଲ୍ମକୁ ବି ଦର୍ଶକ ଖୁବ ପସନ୍ଦ କରିଛନ୍ତିା ଏଥିପାଇଁ ଆଲିୟା ଖୁବ ଚର୍ଚ୍ଚାରେ ମଧ୍ୟ ରହିଛନ୍ତିା

ଐଶ୍ୱର୍ଯ୍ୟା ରାୟ ବଚ୍ଚନ

ବଲିଉଡ ସୁନ୍ଦରୀ ଏଶ୍ୱର୍ଯ୍ୟା ରାୟ ବଚ୍ଚନ ବି ବିନା ମେକଅପରେ ନଜର ଆସିଛନ୍ତିା ୨୦୧୬ରେ ଆସିଥିବା ଫିଲ୍ମ ‘ସରବଜିତ’ରେ ଐଶ୍ୱର୍ଯ୍ୟା ବିନା ମେକଅପରେ କାମ କରିଥିଲେ। ଏହି ଫିଲ୍ମରେ ଅଭିନେତା ରଣଦୀପ ହୁଡ୍ଡା ବି ଅଭିନୟ କରିଥିଲେ।

ପ୍ରିୟଙ୍କା ଚୋପ୍ରା

ପ୍ରିୟଙ୍କା ଚୋପ୍ରାଙ୍କ ଅଭିନୀତ ଫିଲ୍ମ ‘ବରଫୀ’ ୨୦୧୨ରେ ରିଲିଜ ହୋଇଥିଲା। ଏହି ଫିଲ୍ମରେ ପ୍ରିୟଙ୍କାଙ୍କ ସାଥୀରେ ଅଭିନେତା ରଣବୀର କପୁର, ଅଭିନେତ୍ରୀ ଇଲିୟାନା ଡିକ୍ରୁଜ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମରେ ପ୍ରିୟଙ୍କା ବିନା ମେକଅପରେ ଅଭିନୟ କରିଥିଲେ।

କିୟାରା ଆଡଭାନୀ

ଅଭିନେତ୍ରୀ କିଆରା ଆଡଭାନୀ ନିଜ ଆଗାମୀ ଫିଲ୍ମ କବୀର ସିଂହକୁ ନେଇ ଚର୍ଚ୍ଚାରେ ଅଛନ୍ତିା ଏହି ଫିଲ୍ମରେ ସାହିଦ କପୁର ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତିା ଫିଲ୍ମରେ କିୟାର ଅଧିକାଂଶ ସିନରେ ବିନା ମେକଅପରେ ନଜର ଆସିଛନ୍ତିା ଫିଲ୍ମଟି ୨୧ ଜୁନରେ ରିଲିଜ ହେବା

Comment