ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ରୋମାଣ୍ଟିକ୍ ଫିଲ୍ମ ନିର୍ମାଣର କିଙ୍ଗ କୁହାଯାଉଥିବା ଫିଲ୍ମମେକର କରଣ ଜୋହର ଏବେ ଦର୍ଶକଙ୍କ ଲାଗି ଭିନ୍ନ କଲେବରର ଫିଲ୍ମ ନେଇ ଆସିବାକୁ ଯୋଜନା କରିଛନ୍ତି। ଆଜ୍ଞା ହଁ ବଲିଉଡ୍ ଲଭର୍ସଙ୍କୁ ଅନେକ ରୋମାଣ୍ଟିକ ଫିଲ୍ମ ଭେଟି ଦେଇଥିବା କରଣ ଜୋହର ଏବେ ହରର ଫିଲ୍ମ ଦୁନିଆରେ ପାଦ ଥାପିବାକୁ ଯାଉଛନ୍ତି।

ଶୁକ୍ରବାର କରଣ ଜୋହର ଏକ ଟୁଇଟ୍ କରିଥିଲେ ଯେଉଁଥିରେ ସେ ଲେଖିଥିଲେ କି ଧର୍ମା ପ୍ରଡକସନ ଏକ ହରର ଫିଲ୍ମର ଆଙ୍କରିଙ୍ଗ କରୁଛି।

ଏହା ସହିତ କରଣ ଲେଖିଥିଲେ ଫିଲ୍ମର ଘୋଷଣା ସୋମବାରକୁ ହେବ। ଅବଶ୍ୟ ଏନେଇ ଅନ୍ୟ କୌଣସି ସୂଚନା ଏ ଯାଏଁ ମିଳିପାରିନାହିଁ।

ଏବେ କରଣ ତାଙ୍କର ଅପ କମିଂ ଫିଲ୍ମ ବ୍ରହ୍ମାସ୍ତ୍ରର ରିଲିଜକୁ ଅପେକ୍ଷା କରିଛନ୍ତି। ଏହି ଫିଲ୍ମରେ ଆଲିଆ ଭଟ୍ଟ, ରଣବୀର କପୁର ଅମିତାଭ ବଚ୍ଚନ କାମ କରୁଛନ୍ତି।

ନିକଟରେ କରଣ ଜୋହରଙ୍କ ଫିଲ୍ମ ଷ୍ଟୁଡେଣ୍ଟ ଅଫ୍ ଦ ୟିଅର-୨, କଳଙ୍କ ବକ୍ସ ଅଫିସରେ ସେତେଟା ଭଲ କଲେକ୍ସନ କରିପାରିନାହିଁ। ଏହାରି ଭିତରେ ଦେଖିବାକୁ ବାକି ରହିଲା କରଣଙ୍କ ଆଗାମୀ ଫିଲ୍ମ ତାଙ୍କୁ କେତେ ସଫଳତା ଦେଉଛି।

Comment