ଓଡ଼ିଶାଲାଇଭ୍ ବ୍ୟୁରୋ

ଢେଙ୍କାନାଳ ଅଳସୁଆ ସାପ୍ତାହିକ ହାଟରେ କାନ୍ଥ ପଡ଼ି ୪ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିବା ସହ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ରାଶି ଦେବାକୁ ଘୋଷଣା କରିଛନ୍ତି।

ଆହତମାନଙ୍କୁ ମାଗଣା ଚିକିତ୍ସା ସେବା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଢେଙ୍କାନାଳ ମ୍ୟୁନିସିପାଲିଟି ପକ୍ଷରୁ ମୃତକଙ୍କ ପରିବାରକୁ ୨୫ ହଜାର ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ରାଶି ଦେବାକୁ ଘୋଷଣା କରିଛନ୍ତି।

ଢେଙ୍କାନାଳ ସହର ଅଳସୁଆ ହାଟରେ ରବିବାର ସକାଳେ ଘଟିଥିଲା ଏକ ଅଭାବନୀୟ ଘଟଣା। ଆଜି ସକାଳେ ହାଟକୁ ଲାଗି ରହିଥିବା ପରିତ୍ୟକ୍ତ ରାଇସ୍‌ମିଲ୍‌ର ପାଚେରି ଭୁଶୁଡ଼ି ଯିବାରୁ ୪ ଜଣଙ୍କ ମୃତ୍ୟୁ ହୋଇଥିଲା ୭ ଜଣ ଆହତ ହୋଇଥିଲେ।

୫୦ ବର୍ଷ ପୁରୁଣା ଏହି ରାଇସ୍‌ ମିଲ୍‌ ଦୀର୍ଘଦିନ ଧରି ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିଲା। ଏହାର ପାଚେରିକୁ ଲାଗି ରହିଛି ଅଳସୁଆ ହାଟ। ପ୍ରତିଦିନ ଏହି ପାଚେରି ତଳେ ଉଠାଦୋକାନ ବସିଥାଏ। ତେବେ ଆଜି ସକାଳେ ଏହି ଅଘଟଣ ୪ ଜଣ ଲୋକଙ୍କ ଜୀବନ ନେଇଥିଲା।

Comment