ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼ : ନୟାଗଡ଼ ନୂଆଗାଁ ଥାନା ଲୁଣିସରା ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ଭାଇଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ନୂଆଗାଁ ଥାନା ଅନ୍ତର୍ଗତ ସୋରଡା ଗାଁର ଦୁଇ ଭାଇ ବାଇକ ଯୋଗେ ନୂଆଗାଁରୁ ନିଜ ଘର ସୋରଡା ଫେରୁଥିବା ବେଳେ ଲୁଣିସରା ନିକଟରେ ସାମ୍ନା ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଗ୍ୟାସ ଟ୍ୟାଙ୍କର ଧକ୍କା ଦେଇ ଚାଲି ଯାଉଥିଲା। ମାତ୍ର ସ୍ଥାନୀୟ ଲୋକେ  ପିଛା କରି ଗାଡିଟିକୁ ଅଟକାଇବା ସହ ପୋଲିସକୁ ଖବର ଦେଇଥିଲେ।

ଖବର ପାଇ ନୂଆଗାଁ ପୋଲିସ ଗାଡିଟିକୁ ଅଟକାଇବା ସହ ଡ୍ରାଇଭରକୁ ଅଟକ ରଖିଛି। ଉତ୍ତ୍ୟକ୍ତ ଲୋକେ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥକୁ ଲୁଣିସରାଠାରେ ଅବରୋଧ କରିଥିଲେ।

ଅଧିକ ପଢ଼ନ୍ତୁ :-

ରଥଯାତ୍ରା ସିଧାପ୍ରସାରଣ ଉପରେ ଲାଗିଲା କଟକଣା, ଟେଲିଭିଜନ ରାଇଟ୍‌ସ ନିଲାମ ଡାକିଲେ ସରକାର

Comment