ଓଡ଼ିଶାଲାଇଭ ବ୍ୟୁରୋ

ଟିମ୍ ଇଣ୍ଡିଆର ଜଣେ ଅଲରାଉଣ୍ଡର ପ୍ଲେଅର ହେଲେ ଯୁବରାଜ ସିଂହ। ତାଙ୍କୁ ସବୁଠୁ ଗ୍ଲାମରସ କ୍ରକେଟର ବୋଲି ମଧ୍ୟ କୁହାଯାଏ। ଏହି ଷ୍ଟାଇଲିସ ଖେଳାଳି ଜଣକ କ୍ରିକେଟ ମଇଦାନରେ ଯେତିକି ଖ୍ୟାତି ଅର୍ଜନ କରିଛନ୍ତି, ମଇଦାନ ବାହାରେ ବି ସେତିକି ଚର୍ଚ୍ଚାରେ ଅଛନ୍ତି। ଏହି ଚର୍ଚ୍ଚା କ୍ରିକେଟ ପାଇଁ ନୁହେଁ ବଲିଉଡ ଅଭିନେତ୍ରୀଙ୍କ ସହ ରିଲେସନକୁ ନେଇ ହୋଇଛି।

୨୦୧୧ ଓ୍ୱାର୍ଲ୍ଡକପର ହିରୋ ଯୁବିଙ୍କ ନାଁ ବଲିଉଡର ଅନେକ ହରୋଇନଙ୍କ ସହ ଯୋଡ଼ି ହୋଇଛି। କିମ ଶର୍ମାଙ୍କଠୁ ନେଇ ଦୀପିକା ପାଦୁକୋନଙ୍କ ପର୍ଯ୍ୟନ୍ତ ୟୁବିଙ୍କ ଆଫେୟାର ଥିବା ଶୁଣିବାକୁ ମିଳିଛି। ୨୦୧୫ ୟୁବି ଜଣେ ଅଭିନେତ୍ରୀଙ୍କୁ ହିଁ ବିବାହ କରିଥିଲେ।

ବଲିଉଡ ଅଭିନେତ୍ରୀ କିମ ଶର୍ମା ଓ ଯୁବରାଜ ସିଂହଙ୍କ ଭିତରେ ଆଫେୟାର ନେଇ ୨୦୦୭ରେ ଚର୍ଚ୍ଚା ହୋଇଥିଲା। କିମ ଶର୍ମାଙ୍କ ସହ ୟୁବିଙ୍କ ସଂପର୍କ ଲମ୍ବା ସମୟ ପର୍ଯ୍ୟନ୍ତ ମଧ୍ୟ ଚାଲିଥିଲା

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ସହ ୟୁବିଙ୍କ ରିଲେସନ ଥିବା ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା। ପାର୍ଟିରେ ଦୀପିକାଙ୍କ ସହ ମଧ୍ୟ ୟୁବି ନଜର ଆସିଥିଲେ।  ୟୁବିଙ୍କ ନାଁ ଅଭିନେତ୍ରୀ ରିୟା ସେନଙ୍କ ସହ ମଧ୍ୟ ଯୋଡ଼ି ହୋଇଛି।

ତା’ପରେ ଅଭିନେତ୍ରୀ ନେହା ଧୁପିଆଙ୍କ ସହ ୨୦୧୪ରେ ୟୁବିଙ୍କ ନାଁ ଯୋଡ଼ି ହୋଇଥିଲା। ଶେଷରେ ୟୁପି ଅଭିନେତ୍ରୀ ହେଜଲ କିଚଙ୍କୁ ବିବାହ କରି ନେଇଥିଲେ।

ଦମଦାର ବୋଲିଂ, ବ୍ୟାଟିଂଙ୍କୁ ନେଇ ସାରାବିଶ୍ୱରେ ନାଁ କରିଥିବା ୟୁବି ଆଜି ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସାଉଥ ମୁମ୍ବାଇ ହୋଟେଲରେ ଆୟୋଜିତ ପ୍ରେସ କନଫରେନ୍ସରେ ଯୁବରାଜ ଏହା ଘୋଷଣା କରିଛନ୍ତି।

Comment