ଓଡ଼ିଶାଲାଇଭ ବ୍ୟୁରୋ

ଦିନକୁ ଦିନ ସାଇବର କ୍ରାଇମର ସଂଖ୍ୟା ବଢ଼ିବାରେ ଲାଗିଛି। ଏହି କ୍ରାଇମର ଶିକାର ହୋଇଛନ୍ତି ବିଗ ବି ଅମିତାଭ ବଚ୍ଚନ। ସୋମବାର ସନ୍ଧ୍ୟାରେ ଅମିତାଭଙ୍କ ଅଫିସିଆଲ ଟୁଇଟର ଆକଉଣ୍ଟ ହ୍ୟାକ ହୋଇଥିଲା।

ହ୍ୟାକର ଅମିତାଭଙ୍କ ଟୁଇଟର ପ୍ରୋଫାଇଲରେ ପାକିସ୍ତାନର ପ୍ରଧାମନ୍ତ୍ରୀ ଇମ୍ରାନ କାନଙ୍କ ଫଟୋ ଲଗାଇ ଦେଇଥିଲେ। ଆକାଉଣ୍ଟରେ ଲଭ ପାକିସ୍ତାନ ମଧ୍ୟ ଲେଖାଯାଇଥିଲା।

ତୁର୍କୀର ଜଣେ ହ୍ୟାକର ଏଭଳି କରିଥିବା ଜଣାପଡ଼ିଛି।  ହ୍ୟାକରଙ୍କ ଦ୍ୱାରା କରାଯାଇଥିବା ଟୁଇଟ ମଧ୍ୟ ଡିଲିଟ କରି ଦିଆଯାଇଛି।

ମୁମ୍ବାଇ ପୋଲିସ ଘଟଣାକୁ ଗୁରୁତର ଭାବେ ନେି ତଦନ୍ତ ଆରମ୍ଭ କରିଛି।  ଏଥିସହିତ ୨୪ ଘଣ୍ଟା ଭିତରେ  ଅମିତାଭଙ୍କ ଟୁଇଟର ଆକାଉଣ୍ଟ ରିକଭର ହୋଇଯାଇଛି। ଆକାଉଣ୍ଟ ଠିକ୍ ହେବା ପରେ ମଙ୍ଗଳବାର ସକାଳେ ଅମିତାଭ ୨ ଟି ଟୁଇଟ ମଧ୍ୟ କରିଛନ୍ତି।

ଅମିତାଭ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରହିଥାନ୍ତି। ପ୍ରତି ଦିନ ସେ କିଛି ନା କିଛି ଟୁଇଟ ମଧ୍ୟ କରିଥାନ୍ତି।

Comment