ଓଡ଼ିଶାଲାଇଭ ବ୍ୟୁରୋcourtesy - avp news

ମୌସୁମୀ କେରଳ ଛୁଇଁ ସାରିଛି, ଯାହାର ପ୍ରଭାବରେ ଦେଶର କିଛି ପ୍ରାନ୍ତରେ ପାଗରେ ପରିବର୍ତ୍ତନ ପରିଲକ୍ଷିତ ହୋଇଛି। କିନ୍ତୁ ରାଜ୍ୟରେ ଏ ଯାଏଁ ପାଗରେ କୌଣସି ପରିବର୍ତ୍ତନ ପରିଲକ୍ଷିତ ହୋଇନି।

ପାଣିପାଗ ବିଭାଗର ସୂଚନାନୁସାରେ ଆରବ ସାଗରରେ ସୃଷ୍ଟ ହୋଇଥିବା ବାତ୍ୟା ‘ବାୟୁ’ ପ୍ରଭାବଗରେ ମୌସୁମୀ ଓଡ଼ିଶା ପହଞ୍ଚିବାରେ ଅଥବା ମୌସୁମୀର ଅଗ୍ରଗତିରେ ଏହା ବାଧା ସୃଷ୍ଟି କରୁଛି।

ଜୁନ୍ ୧୧ତାରିଖ ହୋଇଥିଲେ ବି ଅଧିକାଂଶର ସହରର ତାପମାତ୍ରା ୪୦ଡିଗ୍ରୀ ଉପରେ ରହୁଛି। ସେପଟେ ଆଗାମୀ ତିନି ଦିନ ଲାଗି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୩ଟି ଜିଲ୍ଲାକୁ ହିଟ ୱେଭ୍ ଜାରି କରିଛି ପାଣିପାଗ ବିଭାଗ।

୧୦ଟି ଜିଲ୍ଲା ମଧ୍ୟରେ ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା,ବଲାଙ୍ଗିର, ସୋନପୁର,ନୂଆପଡ଼ା, କଳାହାଣ୍ଡି ଜିଲ୍ଲା ଲାଗି ହିଟ୍ ୱେଭ ଜାରି କରିଛି ପାଣିପାଗ ବିଭାଗ। ଏହି ଜିଲ୍ଲା ମାନଙ୍କରେ ୩ରୁ ୫ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି। ଏହାସହିତ କିଛି ସ୍ଥାନରେ କାଳବୈଷାଖୀର ଆଶଙ୍କା ରହିଛି।

Comment