ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

ମଙ୍ଗଳବାର ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉଭୟ ନେତାଙ୍କ ମଧ୍ୟରେ ସାକ୍ଷାତକାର ପରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି।

ନବୀନ ରାଜ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ନବୀନ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟା ଅନୁସାରେ, “ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ଓ ଫନି କ୍ଷୟକ୍ଷତି ନେଇ ଆଲୋଚନା ହେଲା। ଫନି ପାଇଁ ୫ହଜାର କୋଟି ଆର୍ଥିକ ସହାୟତା ଦେବାକୁ ଅନୁରୋଧ।” କରିଛନ୍ତି ନବୀନ ପଟ୍ଟନାୟକ।

ଏହାସହିତ ପ୍ରଭାବିତ ଲୋକଙ୍କୁ ୫ଲକ୍ଷ ପକ୍କାଘର ଯୋଗାଇଦେବାକୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ନବୀନ ପଟ୍ଟନାୟକ। ସେପଟେ ଲୋକସଭା ଉପବାଚସ୍ପତି ପଦ ନେଇ କୌଣସି ଆଲୋଚନା ହେଇନଥିବା କହିଛନ୍ତି ନବୀନ। ଆୟୁଷ୍ମାନ ଭାରତ ବାବଦରେ ବି କୌଣସି ଆଲୋଚନା ହୋଇନି ଉଭୟ ନେତାଙ୍କ ମଧ୍ୟରେ।

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ ପରେ ନବୀନ ପଟ୍ଟନାୟକ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି।

Comment