ଓଡ଼ିଶାଲାଇଭ ବ୍ୟୁରୋ

ଉତ୍ତର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟାମ ସିଂହ ଯାଦବଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇ ପଡ଼ିଛି। ସୋମବାର ରାତିରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯିବାରୁ ତାଙ୍କୁ ବିମାନ ଯୋଗେ ଦିଲ୍ଲୀ ସ୍ଥାନାନ୍ତର କରାଯାଇଛି।

ଗୁଡଗାଓଁସ୍ଥିତ ମେଦାନ୍ତ ହସ୍ପିଟାଲରେ ଆଇସିୟୁରେ ଭର୍ତ୍ତି କରାଯାଇଛି।

୭୯ ବର୍ଷୀୟ ମୁଲାୟମ ଦୀର୍ଘଦିନରୁ ମଧୁମେହ ଓ କିଡନୀ ରୋଗରେ ପୀଡ଼ିତ ଅଛନ୍ତି। କିଛି ଦିନ ହେବା ଏଥିପାଇଁ ସେ ଗତ କିଛି ଦିନ ହେବ ଅସୁସ୍ଥ ଅଛନ୍ତି। ଗତ ରବିବାର ମଧ୍ୟ ସେ ଅସୁସ୍ଥ ହୋଇପଡ଼ିଥିଲେ।

ତାଙ୍କୁ ଲକ୍ଷ୍ନୌର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ଡାକ୍ତର ତାଙ୍କୁ ଡିସଚାର୍ଜ ପାଇଁ ଅନୁମତି ଦେଇଥିବାରୁ ତାଙ୍କୁ ପୁଣି ଘରକୁ ପରିବାର ଲୋକ ନେଇ ଆସିଥିଲେ। ଘରକୁ ଆସିବା ପରେ ସୋମବାର ପୁଣି ଅଚାନକ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଯାଇଥିଲା।

Comment