ଓଡ଼ିଶାଲାଇଭ ବ୍ୟୁରୋODISHALIVE_NEWS UPDATE_2PM

ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର।

 

କାହାକୁ ମିଳିବ ରଥଯାତ୍ରା ସିଧାପ୍ରସାରଣର ଅନୁମତି ଆଜି ହୋଇପାରେ ଚୂଡ଼ାନ୍ତ ନିଷ୍ପତ୍ତି?

ରଥଯାତ୍ରାର ସିଧାପ୍ରସାରଣ ଅନୁମତି କାହାକୁ ମିଳିବ ସେ ନେଇ ଆଜି ଶ୍ରୀମନ୍ଦିର ପ୍ରଶାସନ ଚୂଡାନ୍ତ ନିଷ୍ପତ୍ତି ନେଇପାରେ। କିଛି ସମୟ ପୂର୍ବରୁ ପୁରୀରେ ପରିଚାଳନା କମିଟିର ବୈଠକ ଆରମ୍ଭ ହୋଇଛି। ଏଥିରେ ନିଷ୍ପତ୍ତି ନିଆଯିବ କି କାହାକୁ ଏଥର ରଥଯାତ୍ରା ସିଧାପ୍ରସାରଣର ଅନୁମତି ମିଳିବ।

ନେପାଳରେ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣା, ୨ ଓଡ଼ିଆ ମୃତ

ନେପାଳର ରାଜଧାନୀ କାଠମାଣ୍ଡୁରେ ବସ୍ ଦୁର୍ଘଟଣାରେ ୨ ଓଡ଼ିଆଙ୍କ ମୃତ୍ୟୁ ଘଟିଛି। ମୃତକ ୨ ଜଣ ହେଲେ ଖୋର୍ଦ୍ଧା ମଳିପଡ଼ାର ଚରଣ ବିଶ୍ୱାଳ, ଜଟଣୀ ଯମୁନାର ବିଜୟ ଜେନା। ଦୁର୍ଘଟଣାରେ ଆହୁରି ୩ ଜଣକ ଅବସ୍ଥା ମଧ୍ୟ ସଙ୍ଗୀନ ରହିଛି।

କେଉଁ ପ୍ରସଙ୍ଗରେ ମୋଦିଙ୍କ ସହ ଆଲୋଚନା କଲେ ନବୀନ

ମଙ୍ଗଳବାର ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉଭୟ ନେତାଙ୍କ ମଧ୍ୟରେ ସାକ୍ଷାତକାର ପରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି।

ଯୁବରାଜଙ୍କୁ ‘ଯୋଦ୍ଧା’ କହିଲେ ଅମିତ ଶାହ

ଭାରତୀୟ କ୍ରିକେଟ ଟିମର ଅଲରାଉଣ୍ଡର ଯୁବରାଜ ସିଂହ ସୋମବର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଯୁବରାଜଙ୍କ ଅବସର ଘୋଷଣା ପରେ ତାଙ୍କ ଆଗାମୀ ଜୀବନ ପାଇଁ ସବୁଆଡୁ ଏବେ ଶୁଭକାମନା ମିଳୁଛି। ବଲିଉଡ ଷ୍ଟାର, କ୍ରକେଟର୍ସଙ୍କ ବ୍ୟତୀତ ରାଜନେତା ବି ତାଙ୍କୁ ଆଗାମୀ ଜୀବନ ପାଇଁ ଶୁଭକାମନା ଦେଇଛନ୍ତି। ଏହି କ୍ରମରେ ସାମିଲ ହୋଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ।  ଟୁଇଟ ଜରିଆରେ ଶାହ ଯବୁରାଜଙ୍କୁ ଜଣେ ‘ଯୋଦ୍ଧା’ ବୋଲି କହିଛନ୍ତି।

ଆଜିଠୁ +୩ ନାମଲେଖା

୨୦୧୯-୨୦ ଶିକ୍ଷାବର୍ଷ ପାଇଁ +୩ ୟୁଜି ବା ସ୍ନାତକ ଆବେଦନ ପ୍ରକ୍ରିୟା ଆଜିଠୁ ଆରମ୍ଭ। ବିଦ୍ୟାର୍ଥୀ ସାମ୍ସ ଓ୍ୱେବସାଇଟକୁ ଯାଇ ଆବେଦନ କରିପାରିବେ। ଏନେଇ ଉଚ୍ଚ ଶିକ୍ଷା ବିଭାଗ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ସୂଚନା ଦେଇଛନ୍ତି।

କିଏ ହେବେ ପିସିସି ସଭାପତି? କଂଗ୍ରେସରେ ବିଶ୍ୱରଞ୍ଜନଙ୍କୁ ନେଇ ଚର୍ଚ୍ଚା

ହ୍ୟାକିଙ୍ଗ ପରେ ରିକଭର ହେଲା ବିଗ ବି’ଙ୍କ ଟୁଇଟର ଆକାଉଣ୍ଟ

 

Comment