ଓଡ଼ିଶାଲାଇଭ ବ୍ୟୁରୋ

ନେପାଳର ରାଜଧାନୀ କାଠମାଣ୍ଡୁରେ ବସ୍ ଦୁର୍ଘଟଣାରେ ୨ ଓଡ଼ିଆଙ୍କ ମୃତ୍ୟୁ ଘଟିଛି। ମୃତକ ୨ ଜଣ ହେଲେ ଖୋର୍ଦ୍ଧା ମଳିପଡ଼ାର ଚରଣ ବିଶ୍ୱାଳ, ଜଟଣୀ ଯମୁନାର ବିଜୟ ଜେନା। ଦୁର୍ଘଟଣାରେ ଆହୁରି ୩ ଜଣକ ଅବସ୍ଥା ମଧ୍ୟ ସଙ୍ଗୀନ ରହିଛି। ସେମାନଙ୍କ ମଧ୍ୟରେ ବି ୩ ଜଣ ଓଡ଼ିଆ ରହିଛନ୍ତି। ସେମାନେ ହେଲେ ସର୍ବେଶ୍ୱର ଜେନା ଏବଂ ସହଦେବ ଜେନା।

ସେମାନଙ୍କୁ ସ୍ଥାନୀୟ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାରେ ସମୁଦାୟ ୨୧ ଯାତ୍ରୀ ଆହତ ହୋଇଛନ୍ତି।

ଖବର ମୁତାବକ, ଭାରତୀୟ ପର୍ଯ୍ୟଟକଙ୍କୁ ନେଇ ନେପାଳ ବୁଲିବାକୁ ଯାଇଥିବା ଏକ ବସ୍ ରାଉତପୁରା ଜିଲ୍ଲାର ପଉରାଇ ଜଙ୍ଗଲରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୋମବାର ରାତି ୧ଟା ବେଳେ ଏହି ଦୁର୍ଘଟଣା ଘଟିଛି।  ବସ୍‌ଟି ନେପାଳର ମଙ୍ଗଳପୁର ନିକଟରେ ରାସ୍ତାରେ ଛିଡା ହୋଇଥିବାବେଳେ ଏକ ଟ୍ରକ୍‌ ପଛପଟୁ ଧକ୍କା ଦେଇଥିଲା।  ଫଳରେ ବସ୍‌ଟି ଜଙ୍ଗଲର ୨୦ ମିଟର ତଳକୁ ଖସି ପଡ଼ିଥିଲା।

ଗତ ୬ ତାରିଖରେ ଡେଲାଙ୍ଗ ଓ ଖୋର୍ଦ୍ଧା ଅଞ୍ଚଳରୁ ୬୦ ଜଣ ବୁଲିବାକୁ ନେପାଳ ଯାଇଥିଲେ ବୋଲି ସୂଚନା ମିଳିଛି।

Comment