ଓଡ଼ିଶାଲାଇଭ ବ୍ୟୁରୋ

କ୍ରିକେଟର ତଥା ଭାରତୀୟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ନୋଏଡାସ୍ଥିତ ବାସଭବନରେ ଚୋରି ହୋଇଛି। ଏହି ଘଟଣା ଜଣାପଡ଼ିବାରେ ପୋଲିସ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ଓ ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି।

ଧୋନିଙ୍କ ସେକ୍ଟର ୧୦୪ରେ ଥିବା ଘରେ ଚୋରି ହୋଇଥିଲା। ଏହି ଘଟଣା ଏପ୍ରିଲରେ ହୋଇଥିଲା, ପୋଲିସ ଅପରାଧୀଙ୍କୁ ଗିରଫ କରିବା ପରେ ସୂଚନା ଦେଇଛି ଯେ ସେମାନେ ଧୋନିଙ୍କ ଘର ସହିତ ଅନ୍ୟକିଛି ଘରେ ବି ସମାନ ସମୟରେ ଚୋରି କରିଥିଲେ।

ଗତ ଗୁରୁବାର ଏହି ଘଟଣାର ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ସେମାନେ ହେଉଛନ୍ତି ରାହୁଲ, ବବୁଲ, ଇକଲାଖ। ସେମାନେ ଧୋନିଙ୍କ ଘରୁ ଏଲଇଡି ଟିଭି ସହ ଆଉକିଛି ସାମଗ୍ରୀ ମଧ୍ୟ ଚୋରି କରିଥିଲେ। ଧୋନିଙ୍କ ଘରେ ସେତେବେଳେ ଚୋରି ହୋଇଥିଲା ଯେତେବେଳେ ତାଙ୍କ ଘରେ କିଛି ମରାମତି କାମ ଚାଲିଥିଲା।

ଏହାସହିତ ପୋଲିସ କହିଛି ଯେ ସାକ୍ଷୀ ଓ ପ୍ରମାଣ ନଷ୍ଟ କରିବା ଲାଗି ଅଭିଯୁକ୍ତମାନେ ଏକ ଡିଜିଟାଲ ଭିଡିଓ ରେକର୍ଡର ଚୋରି ମଧ୍ୟ କରିଥିଲେ। ସେପଟେ ଗିରଫ ଅଭିଯୁକ୍ତଙ୍କ ପାଖରୁ ୯ଟି ବ୍ୟାଟେରୀ, ୫ଟି ଲ୍ୟାପଟପ୍, ୫ଟି ଏଲଇଡି ଟିଭି ଜବତ କରିଛି।

Comment