ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଚଣ୍ଡ ବହୁମତ ସହ ଲଗାତାର ଦୁଇଥର ପାଇଁ ସରକାର ଗଢ଼ିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିବେ ମନ୍ କି ବାତ୍। ଜୁନ୍ ୩୦ରେ ମୋଦି ପ୍ରଥମଥର ପାଇଁ ମନ୍ କି ବାତ୍ କରିବେ। ପିଏମ୍ ମୋଦି ରେଡିଓରେ ପ୍ରସାରିତ ଏହି କାର୍ଯ୍ୟକ୍ରମ ପାଇଁ ଲୋକଙ୍କ ପରାମର୍ଶ ମାଗିଛନ୍ତି।

@mygovindia ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ଟୁଇଟରେ ଲେଖାଯାଇଛି ଯେ ପିଏମ୍ ମୋଦି ପୁଣି ଥରେ ମନ୍ କି ବାତ୍ କରିବାକୁ ଯାଉଛନ୍ତି। ମନ୍ କି ବାତର ଆଗାମୀ ଏପିସୋଡ ପାଇଁ ପ୍ରଧାନମନ୍ତ୍ରୀ ସାଧାରଣ ଲୋକଙ୍କର ପରାମର୍ଶ ମାଗିଛନ୍ତି। ଲୋକମାନେ ନିଜର ଚିନ୍ତାଧାରା ମଧ୍ୟ ଉପସ୍ଥାପନ କରିପାରିବେ।

ମନ୍ କି ବାତରେ ଯେ କୌଣସି ବିଷୟବସ୍ତୁ ଉପରେ ପ୍ରଧାନମନ୍ତ୍ରୀଙ୍କଠାରୁ ଚର୍ଚ୍ଚା ଶୁଣିବାକୁ ଚାହୁଁଛନ୍ତି, ସେ ବିଷୟବସ୍ତୁ ଆପଣ ଟୋଲ ଫି ନମ୍ବର ୧୮୦୦-୧୧-୭୮୦୦ ଡାଏଲ୍ କରି ଦେଇପାରିବେ। ପ୍ରଧାନମନ୍ତ୍ରୀଙ୍କ ପାଇଁ ନିଜର ମେସେଜ ହିନ୍ଦୀ ବା ଇଂଲିସରେ ରେକର୍ଡ କରିପାରିବେ। ଏହାସହ ୧୯୨୨ରେ ମିସ୍ ମଲ୍ କରି ଏସ୍ଏମ୍ଏସ୍ ମାଧ୍ୟମରେ ବି ପରାମର୍ଶ ପଠାଇ ପାରିବେ।

ନରେନ୍ଦ୍ର ମୋଦି ୨୦୧୪ ପ୍ରଥମ ଥର ଏହି କାର୍ଯ୍ୟକ୍ରମ କରିଥିଲେ। ଏହି ମନ୍ କି ବାତ୍ କାର୍ଯ୍ୟକ୍ରମ ରବିବାର ଦିନ ରେଡିଓ ଓ ଦୂରଦର୍ଶନରେ ପ୍ରସାରିତ କରାଯାଏ। ପିଏମ୍ ମୋଦି ତାଙ୍କର ପାଞ୍ଚବର୍ଷ କାର୍ଯ୍ୟକାଳ ମଧ୍ୟରେ ୫୩ ଥର ମନ୍ କି ବାତ୍ କରିସାରିଛନ୍ତି।

Comment