ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ଲୋକସଭାରେ ସଚେତକ ହେଲେ ବରଗଡ଼ ସାଂସଦ ସୁରେଶ ପୂଜାରୀ। ସେ ଲୋକସଭାରେ ୩ ରାଜ୍ୟ ପାଇଁ ସଚେତକ ଦାୟିତ୍ୱ ତୁଲାଇବେ। ଓଡ଼ିଶା ସହ ମଣିପୁର ଏବଂ ତେଲେଙ୍ଗାନା ଦାୟିତ୍ୱରେ ରହିବେ ସେ। ବିଜେପି ସଂସଦୀୟ କାର୍ଯ୍ୟନିର୍ବାହୀ କମିଟି ଗଠନ ଅବସରରେ ଏହି ସୂଚନା ମିଳିଛି।

ଆଜି ବିଜେପି ସଂସଦୀୟ ଦଳର କାର୍ଯ୍ୟନିର୍ବାହୀ କମିଟି ଗଠିତ ହୋଇଛି। ଏହି କମିଟିରେ ଅଧ୍ୟକ୍ଷ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେହିପରି ଲୋକସଭାରେ ରାଜନାଥ ସିଂହ ଏବଂ ରାଜ୍ୟସଭାରେ ଥାୱରଚାନ୍ଦ ଗେହଲଟ ଉପାଧ୍ୟକ୍ଷ ଅଛନ୍ତି।

ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଲୋକସଭା ପାଇଁ ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ ଭାବେ ନିଯୁକ୍ତି ପାଇଛନ୍ତି। କେନ୍ଦ୍ର ପେଟ୍ରୋଲିୟମ ଏବଂ ନାଚୁରାଲ ଗ୍ୟାସ ମନ୍ତ୍ରାଳୟର ମନ୍ତ୍ରୀ ରାଜ୍ୟସଭା ପାଇଁ ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ ଭାବେ ମନୋନିତ ହୋଇଛନ୍ତି।

Comment