ଓଡ଼ିଶାଲାଇଭ ବ୍ୟୁରୋ

କାଲି ଗୁଜୁରାଟ ଉପକୂଳରେ ଲ୍ୟାଣ୍ଡଫଲ କରିବ ବାତ୍ୟା ‘ବାୟୁ’।

ଗୁଜୁରାଟରେ ସାମୁଦ୍ରିକ ଝଡ ‘ବାୟୁ’କୁ ନେଇ ଲୋକେ ଆତଙ୍କିତ ଅଛନ୍ତି। ସେପଟେ ଗୁଜୁରାଟ ସରକାର ସେଠାରେ ହାଇଆଲର୍ଟ ଜାରି କରିଛନ୍ତି। ଆସନ୍ତାକାଲି ‘ବାୟୁ’ ଗୁଜୁରାଟର ବେରାବଲ ଉପକୂଳ ପହଞ୍ଚିବାର ସମ୍ଭାବନା ରହିଛି। ସେପଟେ ଉପକୂଳବର୍ତ୍ତୀ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି।

ପାଣିପାଗ ବିଭାଗର ସୂଚନାନୁସାରେ ସାମୁଦ୍ରିକ ଝଡ଼ ‘ବାୟୁ’ ଏବେ ବେରାବଲଠାରୁ ୬୫୦କିମି ଦକ୍ଷିଣରେ ଅଛି ଓ ଏହା ଆଗାମୀ ୧୨ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେବାର ଆଶଙ୍କା କରାଯାଉଛି।

ଏହାସହିତ ଗୁଜୁରାଟ ପ୍ରଶାସନ ଓଡ଼ିଶା ସରକାରଙ୍କ ସହ ଆଲୋଚନା କରିବା ସହ ‘ବାୟୁ’ ମୁକାବିଲା ନେଇ ପରାମର୍ଶ ନେଇଛନ୍ତି। ଗୁଜୁରାଟର ମୁଖ୍ୟ ଶାସନ ସଚିବ ଜଗଦିଶ ନାରାୟଣ ସିଂ ଓଡ଼ିଶା ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ସହିତ ଆଲୋଚନା କରିଛନ୍ତି। ଏ ନେଇ ଆଦିତ୍ୟ ପ୍ରସାଦ ପାଢୀ ଗଣମାଧ୍ୟମକୁ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି।

“ସ୍ଥାନାନ୍ତରଣ ପ୍ରକ୍ରିୟା ଓ ଫନି,ତିତିଲକୁ କେମିତି ସାମ୍ନା କରାଯାଇଥିଲା ସେ ନେଇ ଗୁଜୁରାଟର ମୁଖ୍ୟ ଶାସନ ସଚିବ ଜଗଦିଶ ନାରାୟଣ ସିଂଙ୍କ ଆଲୋଚନା ହୋଇଛି।” କହିଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ।

Comment