ଓଡ଼ିଶାଲାଇଭ୍ ବ୍ୟୁରୋ

ବିବାହ ପରେ ପ୍ରଥମ ଥର ପାଇଁ ରୋମାନ୍ସ କରିବାକୁ ଯାଉଛନ୍ତି ପାଓ୍ୱାରକପୁଲ ଦୀପିକା ଏବଂ ରଣବୀର। ୪ ବର୍ଷ ପରେ ପୁଣି ଏକାଠି ନଜର ଆସିବେ ଏହି ଦୁଇ ଯୋଡ଼ି। ବିବାହ ପୂର୍ବରୁ ଅର୍ଥାତ୍ ୪ ବର୍ଷ ପୂର୍ବେ ଫିଲ୍ମ ‘ବାଜିରାଓ ମସ୍ତାନୀ’ରେ ଏହି ଯୋଡ଼ି ଏକାଠି ନଜର ଆସିଥିଲେ। ବାଜିରାଓ ମସ୍ତାନୀର ଠିକ୍ ତିନି ବର୍ଷ ପରେ ଦୁହେଁ ପଦ୍ମାବତ୍ ଫିଲ୍ମ କରିଥିଲେ, କିନ୍ତୁ ଏହି ଫିଲ୍ମରେ ଦୀପିକାଙ୍କ ସ୍ୱାମୀ ରୋଲରେ ସାହିଦ କପୁର ରୋଲ୍ ପ୍ଲେ କରିଥିଲେ।

ଫିଲ୍ମ ‘୮୩’ରେ ଦୀପିକା ରଣବୀର ପୁଣି ଅଭିନୟ କରିବାକୁ ଯାଉଛନ୍ତି। ରଣବୀର ସିଂହ ନିଜ ଇନଷ୍ଟାଗ୍ରାମ ପେଜରେ ପତ୍ନୀ ଦୀପିକା ପାଦୁକୋଣ ଏବଂ ନିର୍ଦ୍ଦେଶକ କବୀର ଖାନ୍ ବି ନଜର ଆସିଛନ୍ତି।

ରଣବୀର ଆଉ ଗୋଟେ ଫଟୋ ମଧ୍ୟ ସେୟାର କରିଛନ୍ତି। ଯେଉଁଥିରେ ସେ ଦୀପିକା ପାଦୁକୋଣର ରୋଲ ବିଷୟରେ ଖୁଲାସା କରିଛନ୍ତି। ସେ ଲେଖିଛନ୍ତି ଯେ ଏହି ଫିଲ୍ମରେ ଦୀପିକା ତାଙ୍କ ପତ୍ନୀର ଭୂମିକାରେ ରୋଲ କରୁଛନ୍ତି। ଏହି ଫିଲ୍ମରେ ରଣବୀର ପୂର୍ବତନ ଭାରତୀୟ କ୍ୟାପଟେନ୍ କପିଲ ଦେବଙ୍କ ଭୂମିକାରେ ଅଭିନୟ କରୁଛନ୍ତି। ଦୀପିକା ତାଙ୍କ ପତ୍ନୀ ରୋମୀ ଦେବ ଭୂମିକାରେ ଅଭିନୟ କରୁଛନ୍ତି।

ଏକ ଫଟୋ ସେୟାର କରି ରଣବୀର ଲେଖିଛନ୍ତି, ‘‘ମୋ ପତ୍ନୀର ଭୂମିକା ମୋ’ ପତ୍ନୀଠୁ ଭଲ କିଏ କରି ପାରିବ। ଏହି କାଷ୍ଟିଙ୍ଗର କ୍ରେଡିଟ୍ କବୀର ଖାନକୁ ଯାଉଛି।’’

Comment