ଓଡ଼ିଶାଲାଇଭ୍ ବ୍ୟୁରୋ

କିଛି ଦିନ ହେବ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଗଲାଣି। ଆଜି ୧୩ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ସମ୍ବଲପୁରରେ ତାପମାତ୍ରା ୪୫ ଡିଗ୍ରୀ ହେବା ସହ ସମ୍ବଲପୁର ସବୁଠୁ ଉତ୍ତପ୍ତ ସହର ପାଲିଟିଛି।

ଆଜି ଭୁବନେଶ୍ୱର ତାପମାତ୍ରା ୪୦.୩, ସମ୍ବଲପୁର ପରେ ହୀରାକୁଦରେ ତାପମାତ୍ରା ୪୫, ଝାରସୁଗୁଡାରେ ୪୪.୨, ସୋନପୁରରେ ୪୪, ଟିଟିଲାଗଡ଼ରେ ୪୩.୪, ତାଳଚେରରେ ୪୨.୫, ବଲାଙ୍ଗିରରେ ୪୧.୮ ଡିଗ୍ରୀ ସେଲସିୟସ୍ ରହିଛି। ସେହିପରି ଅନୁଗୁଳରେ ୪୧.୭, ସୁନ୍ଦରଗଡ଼ରେ ୪୧, ଭବାନୀପାଟଣାରେ ୪୦.୬,  ମାଲକାନଗିରିରେ ୪୦.୨, ଚାନ୍ଦବାଲିରେ ୪୦ ଡିଗ୍ରୀ ରେକର୍ଡ କରାଯାଇଛି।

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ଯେ ୧୪ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଜାରି ରହିବ। ୧୫ ତାରିଖରୁ ପ୍ରାକ୍  ମୌସୁମୀ ବର୍ଷା ହେବାର ସମ୍ଭାବନା ରହିଛି।

Comment