ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ବାପା, ମା’ଙ୍କୁ ହତାଦର ବା ଅଣଦେଖା କଲେ ଦଣ୍ଡ ମିଳିବ। ଏମିତିକି ଜେଲ ଦଣ୍ଡ ମଧ୍ୟ ହୋଇପାରେ। ଖୁବଶୀଘ୍ର ଏମିତି ଏକ ଆଇନ  ଆଣିବାକୁ ଯାଉଛନ୍ତି ବିହାର ସରକାର। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ କ୍ୟାବିନେଟରେ ବସିଥିବା ଏକ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି।

ବୃଦ୍ଧ ବାପା, ମା’ଙ୍କ ଠିକ ଭାବେ ଯତ୍ନ ନନେଲେ, ଅବହେଳା କଲେ ବା ଠିକ ଭରଣ ପୋଷଣ ନକେଲେ ସନ୍ତାନଙ୍କୁ ଜେଲ ଦଣ୍ଡ ଦିଆଯିବ ବୋଲି ଏଥିରେ ପ୍ରସ୍ତାବ ରହିଛି। କେବଳ ପୁଅ ନୁହନ୍ତି ବରଂ ଝିଅ ବି ବାପା, ମା’ଙ୍କ ଯତ୍ନ ନନେଲେ ଦଣ୍ଡିତ ହେବେ।

ଅବହେଳା କରୁଥିବା ନେଇ ବାପା, ମା’ଙ୍କ ଅଭିଯୋଗ ଆସିବା କ୍ଷଣି ସନ୍ତାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ନିତିଶ କୁମାରଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ସମୁଦାୟ ୧୫ଟି ପ୍ରସ୍ତାବରେ ମୋହର ଲାଗିଛି। ଏଥିରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ରହିଛି।

ପୁଲଓ୍ୱାମାରେ ଆତଙ୍କବାଦୀ ଆକ୍ରମଣରେ ସହିଦ ବିହାରର ଯବାନଙ୍କ ପରିବାରର ଜଣକୁ ସରକାରୀ ଚାକିରି ଦେବାକୁ ନିଷ୍ପତ୍ତି ହୋଇଛି।

Comment