ଓଡ଼ିଶାଲାଇଭ୍ ବ୍ୟୁରୋ

ଭୂମିହୀନଙ୍କୁ ଘର ପଟ୍ଟା ଦାବିରେ ଜୟପୁର ପୌର ପରିଷଦ କାର୍ଯ୍ୟାଳୟକୁ ଘେରାଉ କରିଛି ବିଜେପି। ବିଜେପିର ନଗର ସଭାପତି ଅମର ଲାଲ ଆହୁଜାଙ୍କ ନେତୃତ୍ୱରେ ଶତାଧିକ ମହିଳା ଓ ପୁରୁଷ ପୌରପରିଷଦକୁ ଘେରାଉ କରିଛନ୍ତି। ଜୟପୁର ସହର ଭୂମିହୀନ ଲୋକଙ୍କୁ ଘରଡିହ ପଟ୍ଟା ଯୋଗାଇ ଦେବା ପାଇଁ ଯେଉଁ ସର୍ଭେ କରାଯାଇଥିଲା। ସେହି ଆଧାରରେ ପ୍ରାୟ ୪ ହଜାର ଲୋକଙ୍କୁ ଘର ପଟ୍ଟା ପ୍ରଦାନ କରିବାର ଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ମାତ୍ର ୧୨ ଶହ ଲୋକଙ୍କୁ ଘରପଟ୍ଟା ଯୋଗାଇ ଦିଆଯାଇଛି।

ତେଣୁ ତାଙ୍କୁ ତୁରନ୍ତ ଘରପଟ୍ଟା ପ୍ରଦାନ କରାଯିବା ସହ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଯୋଗାଇ ଦେବା ଦାବି ନେଇ ବିକ୍ଷୋଭ କରିଛନ୍ତି।

ଯେଉଁମାନଙ୍କୁ ପୌରସଂସ୍ଥା ଦ୍ୱାରା  ଘରଡିହ ପ୍ରଦାନ କରାଯାଇଛି ସେମାନଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରି ତାହା ତୁରନ୍ତ କାଯ୍ୟକାରୀ କରିବା ନେଇ ଦାବି କରିଛନ୍ତି।

ଏହି ବିକ୍ଷୋପରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବେନ୍ଦ୍ର ବାହିନୀପତି, ଯୁବ ମୋର୍ଚ୍ଚା ସଭାପତି ଏ. ଦୁର୍ଗା ପ୍ରସାଦ, ସୁଧାଂଶୁ ଶେଖର ଜେନା, ନରସିଂହ ନାୟକ, କମଳା ନାୟକ, ଅହଲ୍ଲା ବିଷୋୟି, ଯମୁନା ସିଂ ପ୍ରମୁଖ ଉପସ୍ଥିତ ଥିଲେ।

Comment