ଓଡ଼ିଶାଲାଇଭ ବ୍ୟୁରୋODISHALIVE_NEWS UPDATE_2PM

ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର

ରଜ ପରେ ଯୁକ୍ତ ୨ କଳା-ବାଣିଜ୍ୟ ରେଜଲ୍ଟ

ରଜ ପରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଫଳ। ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି ଛାତ୍ରଛାତ୍ରୀମାନେ www.chseodisha.nic.in ଏବଂ www.orissaresult.nic.in ଏହି ଦୁଇଟି ୱେବସାଇଟ କ୍ଲିକ୍ କରି ଫଳ ଜାଣିପାରିବେ। ମେ ୧୯ରେ ଯୁକ୍ତ ୨ ବିଜ୍ଞାନ ରେଜଲ୍ଟ ପ୍ରକାଶିତ ହୋଇଥିଲା।

ଜୁନ୍ ୩୦ରେ ମୋଦିଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ମନ୍ କି ବାତ୍

ପ୍ରଚଣ୍ଡ ବହୁମତ ସହ ଲଗାତାର ଦୁଇଥର ପାଇଁ ସରକାର ଗଢ଼ିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିବେ ମନ୍ କି ବାତ୍। ଜୁନ୍ ୩୦ରେ ମୋଦି ପ୍ରଥମଥର ପାଇଁ ମନ୍ କି ବାତ୍ କରିବେ। ପିଏମ୍ ମୋଦି ରେଡିଓରେ ପ୍ରସାରିତ ଏହି କାର୍ଯ୍ୟକ୍ରମ ପାଇଁ ଲୋକଙ୍କ ପରାମର୍ଶ ମାଗିଛନ୍ତି। @mygovindia ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି

ପାଟଣାଗଡ ବିଧାୟକଙ୍କ ଲାଗି ବଢ଼ୁଛି ଅଡ଼ୁଆ, ଆନ୍ଦୋଳନକୁ ୱହ୍ଲାଇଲା ଆଦିବାସୀ କଲ୍ୟାଣ ସଂଘ

ପାଟଣାଗଡ ବିଜେଡି ବିଧାୟକ ସରୋଜ ମେହରଙ୍କ ଲାଗି ଦିନକୁ ଦିନ ଅଡୁଆ ବଢ଼ିବାରେ ଲାଗିଛି। ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବ ବଲାଙ୍ଗିର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ। ସେପଟେ କଲମଛାଡ ଆନ୍ଦୋଳନ କରିଥିବା କନିଷ୍ଠ ଯନ୍ତ୍ରୀ ସଂଘ ଆଜି ରାଜଧାନୀ ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟରିଂ ଆସୋସିଏସନ ସହିତ ଆଲୋଚନା କରି ଆନ୍ଦୋଳନର ଚେତାବନୀ ଦେଇଛି।

ବାତ୍ୟା ‘ବାୟୁ’ ମୁକାବିଲା ଲାଗି ଓଡ଼ିଶାଠୁ ପରାମର୍ଶ ନେଲା ଗୁଜୁରାଟ, ହାଇ ଆଲର୍ଟ ଜାରି

ଗୁଜୁରାଟରେ ସାମୁଦ୍ରିକ ଝଡ ‘ବାୟୁ’କୁ ନେଇ ଲୋକେ ଆତଙ୍କିତ ଅଛନ୍ତି। ସେପଟେ ଗୁଜୁରାଟ ସରକାର ସେଠାରେ ହାଇଆଲର୍ଟ ଜାରି କରିଛନ୍ତି। ଆସନ୍ତାକାଲି ‘ବାୟୁ’ ଗୁଜୁରାଟର ବେରାବଲ ଉପକୂଳ ପହଞ୍ଚିବାର ସମ୍ଭାବନା ରହିଛି। ସେପଟେ ଉପକୂଳବର୍ତ୍ତୀ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି।

ମିଳିଲା AN-32ର ଭଗ୍ନାବଶେଷ, ଏବେ ନିଖୋଜ ୧୩ ଲୋକଙ୍କୁ ଖୋଜୁଛି ଟିମ୍

ଗତ ୮ ଦିନରୁ ଭାରତୀୟ ବାୟୁସେନାର ନିଖୋଜ AN-32 ବିମାନର ଭଗ୍ନାବଶେଷ ମଙ୍ଗଳବାର ମିଳିଥିଲା। ଅରୁଣାଚଳ ପ୍ରଦେଶର ଲିପୋଠାରେ ବିମାନର ଭଗ୍ନାଂଶର ଠାବ କରାଯାଇଥିଲା। ବିମାନର ଭଗ୍ନାବଶେଷ ସିନା ମିଳି ଯାଇଛି ହେଲେ ବିମାନରେ ଥିବା ଲୋକଙ୍କର ଏଯାଏଁ ପତ୍ତା ମିଳିନି।

ସରକାରଙ୍କ ବଡ଼ ନିଷ୍ପତ୍ତି – ବୃଦ୍ଧ ବାପା, ମା’ଙ୍କୁ ହତାଦର କଲେ ମିଳିବ ଜେଲଦଣ୍ଡ

ଏଣିକି ବାପା, ମା’ଙ୍କୁ ହତାଦର ବା ଅଣଦେଖା କଲେ ଦଣ୍ଡ ମିଳିବ। ଏମିତିକି ଜେଲ ଦଣ୍ଡ ମଧ୍ୟ ହୋଇପାରେ। ଖୁବଶୀଘ୍ର ଏମିତି ଏକ ଆଇନ  ଆଣିବାକୁ ଯାଉଛନ୍ତି ବିହାର ସରକାର। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ କ୍ୟାବିନେଟରେ ବସିଥିବା ଏକ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି।

ଧୋନୀଙ୍କ ନୋଏଡା ସ୍ଥିତ ବାସଭବନରେ ଚୋରି, ୩ଗିରଫ

ବାତିଲ ହୋଇପାରେ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌!

Comment