ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଟାଇଗର ଶ୍ରଫ ଓ ଶ୍ରଦ୍ଧା କୁପୁରଙ୍କ ଅପ କମିଂ ଫିଲ୍ମ ‘ବାଗି-୩’ରେ ଏବେ ବଲିଉଡ ଅଭିନେତା ରିତେଶ ଦେଶମୁଖଙ୍କର ବି ଏଣ୍ଟ୍ରି ହୋଇସାରିଛି। ଆଜି ହିଁ ଫିଲ୍ମରେ ରିତେଶଙ୍କ ନାଁକୁ ଘୋଷଣା କରାଯାଇଛି। ଫିଲ୍ମ ନିର୍ମାତା କହିଛନ୍ତି କି ରିତେଶ ଦେଶମୁଖ ଫିଲ୍ମରେ ଟାଇଗର ଶ୍ରଫଙ୍କ ଭାଇ ଭୂମିକାରେ ନଜର ଆସିବେ ମାତ୍ର ତାହା ପଜଟିଭ୍ କି ନେଗେଟିଭ୍ ରୋଲ ରହିବ ସେ ନେଇ କିଛି ସ୍ପଷ୍ଟ କରିନାହାନ୍ତି।

ଫିଲ୍ମ ପ୍ରଯୋଜକ ସାଜିଦ କହିଛନ୍ତି ସେ ଏହି ଫିଲ୍ମରେ କାମ କରୁଥିବାରୁ ଅନେକ ଉତ୍ସାହିତ ଅଛନ୍ତି। ପୂର୍ବରୁ ସାଜିଦଙ୍କ ସହ ରିତେଶ ହାଉସଫୁଲରେ ଅଭିନୟ କରିଛନ୍ତି। ଏହାସହିତ ବାଗି ସିରିଜ୍ ଓ  ହେ ବେବିରେ କାମ କରିଛନ୍ତି ଉଭୟ। ସାଜିଦ ଓ ରିତେଶଙ୍କର ଏହା ହେବ ଷଷ୍ଠ ଫିଲ୍ମ।

ସାଜିଦ କହିଛନ୍ତି, “ରିତେଶଙ୍କ ସହିତ ମୋର ସମ୍ପର୍କ ବହୁତ ଭଲ। ତାଙ୍କ ଲାଗି ‘ଲୟ ଭାରୀ’ (ମରାଠୀ ଫିଲ୍ମ)ରେ କାହାଣୀ ଲେଖିବାର ଅନୁଭବ ଖୁବ୍ ଭଲ ଥିଲା। ରିତେଶ ସବୁବେଳେ ତାଙ୍କ ଅଭିନୟକୁ ଜଷ୍ଟିଫାଏ କରିଥାନ୍ତି। ”

ସେପଟେ ସୁପରହିଟ୍ ଫିଲ୍ମ ଏକ ଭିଲେଏନରେ ଶ୍ରଦ୍ଧା ଓ ରିତେଶ ଏକାଠି କାମ କରିଛନ୍ତି। ବାଗି-3ରେ ରିତେଶଙ୍କ ଏଣ୍ଟ୍ରି ପାଇଁ ଶ୍ରଦ୍ଧାବି ତାଙ୍କୁ ଶୁଭକାମନା ଦେଇଛନ୍ତି।

Comment