ଓଡ଼ିଶାଲାଇଭ ବ୍ୟୁରୋ
ନେପାଳରେ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ୨ ଓଡ଼ିଆଙ୍କ ମୃତଦେହ ଓଡ଼ିଶାକୁ ଆଣିବା ପାଇଁ ଚେଷ୍ଟା କରିଛନ୍ତି ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର। ଏନେଇ ପାତ୍ର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଭେଟିଛନ୍ତି।
ମୃତ ୨ ଓଡ଼ିଆଙ୍କ ଶବ ବ୍ୟବଚ୍ଛେଦ ସହ ଶବକୁ ଫେରାଇ ଆଣିବାକୁ ସମ୍ବିତ ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଏହି ପ୍ରସଙ୍ଗରେ ଯଥା ସମ୍ଭବ ସହାୟତା ମିଳିବ ବୋଲି ବୈଦେଶିକ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।
Met the Honourable MEA Sh @DrSJaishankar Ji regarding the unfortunate death of two Odiya Pilgrims (Sh Bijay Ku Jena from Puri & Sh Charan Biswal from Khurda) in Nepal.
Requested Him to assist the victims & in facilitating their repatriation
He promised all possible help! pic.twitter.com/VSKBC9LjKV— Sambit Patra (@sambitswaraj) June 12, 2019
ଜୁନ୍ ୧୦ ତାରିଖରେ ରାତି ୧ଟା ବେଳେ ନେପାଳର ରାଜଧାନୀ କାଠମାଣ୍ଡୁରେ ବସ୍ ଦୁର୍ଘଟଣାରେ ୨ ଓଡ଼ିଆଙ୍କ ମୃତ୍ୟୁ ଘଟିଥିଲା। ମୃତକ ୨ ଜଣ ଥିଲେ ଖୋର୍ଦ୍ଧା ମଳିପଡ଼ାର ଚରଣ ବିଶ୍ୱାଳ, ଜଟଣୀ ଯମୁନାର ବିଜୟ ଜେନା। ଦୁର୍ଘଟଣାରେ ସମୁଦାୟ ୨୧ ଯାତ୍ରୀ ଆହତ ହୋଇଥିଲେ।
ଭାରତୀୟ ପର୍ଯ୍ୟଟକଙ୍କୁ ନେଇ ନେପାଳ ବୁଲିବାକୁ ଯାଇଥିବା ଏକ ବସ୍ ରାଉତପୁରା ଜିଲ୍ଲାର ପଉରାଇ ଜଙ୍ଗଲରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବସ୍ଟି ନେପାଳର ମଙ୍ଗଳପୁର ନିକଟରେ ରାସ୍ତାରେ ଛିଡା ହୋଇଥିବାବେଳେ ଏକ ଟ୍ରକ୍ ପଛପଟୁ ଧକ୍କା ଦେଇଥିଲା। ଫଳରେ ବସ୍ଟି ଜଙ୍ଗଲର ୨୦ ମିଟର ତଳକୁ ଖସି ପଡ଼ିଥିଲା।