ଓଡ଼ିଶାଲାଇଭ ବ୍ୟୁରୋ

ଭାରତୀୟ କ୍ରିକେଟ ଟିମର ଅଲରାଉଣ୍ଡର ଯୁବରାଜ ସିଂହ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ୟୁବିଙ୍କୁ ନେଇ ଭିନ୍ନ ଭିନ୍ନ ଖବର ଆସୁଛି। କ୍ରିକେଟରୁ ଅବସର ପରେ ୟୁବି କ’ଣ କରିବେ ସେ ଉପରେ ସମସ୍ତଙ୍କ ନଜର ରହିଛି।

ମିଡିଆ ରିପୋର୍ଟ ଅନୁସାରେ ୟୁବି ଖୁବଶୀଘ୍ର ତାଙ୍କ ଜୀବନର ଆଉ ଏକ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛନ୍ତି। ଏଥର କ୍ରିକେଟ ମଇଦାନରେ ନୁହେଁ ଛୋଟ ପରଦାରେ ୟୁବିଙ୍କୁ ଦେଖିବାକୁ ପାଇବେ ଦର୍ଶକ।

ଖବର ମୁତାବକ ୟୁବି ‘ଖତରୋଁ କା ଖିଲାଡି’ ସିଜିନ ୧୦ରେ ନଜର ଆସିବାକୁ ଯାଉଛନ୍ତି। ଆଡଭେନଚର ବେସ୍ଡ ଏହି ଶୋରେ ଯୁବରାଜ ଅଂଶଗ୍ରହଣ କରିପାରନ୍ତି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତୁ ଯୁବରାଜଙ୍କ ପକ୍ଷରୁ କିଛି ସୂଚନା ମିଳିନାହିଁ।

ପୂର୍ବ ସିଜିନରେ କ୍ରିକେଟର ଶ୍ରୀସନ୍ଥ ଏହି ସୋ’ରେ ନଜର ଆସିଥିଲେ। ରୋହିତ ସେଟ୍ଟୀଙ୍କ ଏହି ସୋ’କୁ ଆହୁରି ସମୟ ଥିବାରୁ ଯୁବରାଜ ଏନେଇ କ’ଣ ନିଷ୍ପତ୍ତ ନେବେ ତାକୁ ହିଁ ଦର୍ଶକ ଅପେକ୍ଷା କରିଛନ୍ତି।

ସୋମବର ଯୁବରାଜ ଏକ ସାମ୍ବାଦିକ ସମ୍ମିଳନୀ କରି ଅବସର ଘୋଷଣା କରିଥିଲେ। ଏହି ଖବର ୟୁବିଙ୍କ ଫ୍ୟାନ୍ସଙ୍କୁ ଗଭୀର ଦୁଃଖ ଦେଇଛି। ଅବସର ପରେ ବିଭିନ୍ନ ମହଲରୁ ୟୁବିଙ୍କୁ ଆଗାମୀ ଭବିଷ୍ୟତ ପାଇଁ ଶୁଭକାମନା ମିଳୁଛି।

Comment